ଗମ୍ଭୀରଙ୍କୁ ହଟାଇବାକୁ ଯୋଜନା କରିଥିଲା ବିସିସିଆଇ ? କୋଚ୍ ପଦ ପାଇଁ ଏହି ମହାନ କ୍ରିକେଟରଙ୍କ ସହ କରିଥିଲା ଆଲୋଚନା

NEWS7
କାଳବୈଶାଖୀ-ପ୍ରଭାବ-ଆହୁରି-୨

ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର କୋଚ୍ ହେବା ପର ଠାରୁ ଠିକ୍ ଓ ଭୁଲ ଉଭୟକୁ ନେଇ ଲଗାତାର ଚର୍ଚ୍ଚାରେ ରହି ଆସୁଛନ୍ତି । ଦେଢ ବକ୍ଷ ପୂର୍ବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତ କରାଯିବା ସମୟରେ ବେଶ ଖୁସି ପାଳନ କରାଯାଇଥିଲା । କିନ୍ତୁ ତାଙ୍କର କାର୍ଯ୍ୟକଳାରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉତ୍ଥାନ-ପତ୍ତରେ ଭରି ରହିଛି । ଗମ୍ଭୀରଙ୍କୁ ନେଇ ଲୋକଙ୍କ ମତାମତରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଖାସ୍ କରି ଟେଷ୍ଟ ଫର୍ମାଟରେ ଟିମ୍ ଇଣ୍ଡିଆର ସ୍ଥିତି ପରେ ତାଙ୍କୁ ହଟାଇବା ଉପରେ ବିଚାର ମଧ୍ୟ ହୋଇଥିଲା, କିନ୍ତୁ ଏହା କାର୍ଯ୍ୟକାରୀ ହୋଇନଥିଲା ।

ଟିମ୍ ଇଣ୍ଡିଆ ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଘରୋଇ ଟେଷ୍ଟ ସିରିଜକୁ ୦-୨ରେ ହାରିଥିଲା । ଗତ ବର୍ଷେ ଭିତରେ ଦ୍ୱିତୀୟ ଥର ପାଇଁ ଭାରତୀୟ ଟିମ୍ ଘରେ ଟେଷ୍ଟ ସିରିଜରେ କ୍ଲିନ୍ ସ୍ୱିପ୍ ହୋଇଥିଲା । ଏହି କାରଣରୁ ଗମ୍ଭୀରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱର ତେଜିଥିଲା । ବିସିସିଆଇ ଅଧିକାରୀମାନେ ସାର୍ବଜନୀନ ଭାବେ ତାଙ୍କୁ ସମର୍ଥନ କରିଥିଲେ ଏବଂ ତାଙ୍କୁ ହଟାଇବାକୁ ମନା କରିଥିଲେ, ତଥାପି ପରଦା ପଛରେ କିଛି ପ୍ରୟାସ ଚାଲିଥିଲା ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ପରାଜୟ ପରେ ବିସିସିଆଇର ଏକ ବଡ଼ ପଦକ୍ଷେପ ପାଇଁ ଯୋଜନା କରିଥିଲା । ରିପୋର୍ଟ ଅନୁଯାୟୀ, ବୋର୍ଡର ଜଣେ ପ୍ରମୁଖ ସଦସ୍ୟ ଟେଷ୍ଟ ଦଳର ଦାୟିତ୍ୱ ନେବା ବିଷୟରେ କିମ୍ବଦନ୍ତୀ ବ୍ୟାଟର ଭିଭିଏସ ଲକ୍ଷ୍ମଣଙ୍କ ସହ ଅନୌପଚାରିକ ଭାବରେ ଆଲୋଚନା କରିଥିଲେ । ଗମ୍ଭୀରଙ୍କୁ କୋଚ ଭାବରେ ନିଯୁକ୍ତ କରିବା ପୂର୍ବରୁ ମଧ୍ୟ ବିସିସିଆଇ ଲକ୍ଷ୍ମଣଙ୍କୁ କୋଚ ଭାବରେ ଚାହୁଁଥିଲା । କିନ୍ତୁ ପୂର୍ବ ପରି, ଲକ୍ଷ୍ମଣ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ସେଣ୍ଟର ଅଫ୍ ଏକ୍ସିଲେନ୍ସ ସହିତ ରହିବେ ବୋଲି ନିଷ୍ପତ୍ତି ଶୁଣାଇଥିଲେ ।

ଯଦି ଲକ୍ଷ୍ମଣ ହଁ କହିଥାନ୍ତେ, ତେବେ କ'ଣ ଗମ୍ଭୀରଙ୍କୁ ବଦଳାଯାଇ ଟେଷ୍ଟ ଦଳର କୋଚ୍ କରାଯାଇଥାନ୍ତା ? ଏହି ପ୍ରଶ୍ନର ଉତ୍ତର କେବଳ ବୋର୍ଡ ପାଖରେ ହିଁ ଅଛି । କିନ୍ତୁ ବୋର୍ଡ ଏବେ ଏହି ବିକଳ୍ପ ଉପରେ ଆଉ ଚିନ୍ତା କରୁ ନାହିଁ ଏବଂ ଅନ୍ୟ କୌଣସି ଦାବିଦାର ନଥିବାରୁ, ଗମ୍ଭୀରଙ୍କ କୋଚ ପଦ ସୁରକ୍ଷିତ ମନେ ହେଉଛି । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଯଦି ଟିମ୍ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପରେ ବିଫଳ ହୁଏ, ତେବେ ଗମ୍ଭୀରଙ୍କ ଚୁକ୍ତି, ଯାହା ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ଚାଲିବାର ଅଛି, ତାହା ପୁନର୍ବିଚାର କରାଯାଇପାରେ ।

ସୂତ୍ରଗୁଡ଼ିକ ଅନୁସାରେ ଗମ୍ଭୀରଙ୍କ ପାଇଁ ବୋର୍ଡ ଭିତରେ ଯଥେଷ୍ଟ ସମର୍ଥନ ଅଛି । ଯଦି ସେମାନେ ଟି-20 ବିଶ୍ୱକପ୍ ଜିତିବେ କିମ୍ବା ଫାଇନାଲରେ ପହଞ୍ଚିବେ ତେବେ ସେ ତାଙ୍କ ପଦବୀ ବଜାୟ ରଖିପାରିବେ । କିନ୍ତୁ ସେ ଟେଷ୍ଟ ଦଳର ନେତୃତ୍ୱ ମଧ୍ୟ ନେବେ କି ନାହିଁ ତାହା ସ୍ପଷ୍ଟ ନୁହେଁ । ଟିମ୍ ଇଣ୍ଡିଆର ପରବର୍ତ୍ତୀ ଟେଷ୍ଟ ସିରିଜ୍ ଏବେ ୨୦୨୬ ଅଗଷ୍ଟରେ ହେବାକୁ ଯାଉଛି । ତେଣୁ ସେ ପର୍ଯ୍ୟନ୍ତ ନିଷ୍ପତ୍ତି ନେବା ପାଇଁ ବିସିସିଆଇ ପାଖରେ ପର୍ଯ୍ୟାପ୍ତ ସମୟ ଅଛି ।