ହେବିଓ୍ୱେଟଙ୍କ ନାମାଙ୍କନ: ସମ୍ୱଲପୁରରୁ ଧର୍ମେନ୍ଦ୍ର, ଭୁବନେଶ୍ୱରରୁ ଅପରାଜିତା-ମନ୍ମଥ ଓ ପୁରୀରୁ ଅରୁପ ଦାଖଲ କରିବେ ପ୍ରାର୍ଥୀପତ୍ର

Published By : Prameya-News7 Bureau | May 02, 2024 IST

ଭୁବନେଶ୍ୱର ୦୨/୦୫: ଗୁରୁବାର ହେବିଓ୍ୱେଟଙ୍କ ନାମାଙ୍କନ ଦାଖଲର ଦିନ । ସମ୍ୱଲପୁରରୁ ଧର୍ମେନ୍ଦ୍ର, ଭୁବନେଶ୍ୱରରୁ ଅପରାଜିତା-ମନ୍ମଥ ଓ ପୁରୀରୁ ଅରୁପ ଦାଖଲ କରିବେ ପ୍ରାର୍ଥୀପତ୍ର । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ମା ସମଲେଇଙ୍କ ଦର୍ଶନ କରିବା ପରେ ନାମାଙ୍କନ ଭରିବାକୁ ଯିବେ କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । 

ସେହିପରି ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ନାମାଙ୍କନ ଦାଖଲ କରିବେ । ଭୁବନେଶ୍ୱରର ବିରାଟ ରାଲିରେ ବାହାରି ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । 

ଏହାସହ ପୁରୀ ଲୋକସଭା ଆସନରୁ ନାମାଙ୍କନ ଭରିବେ ଅରୁୁପ ପଟ୍ଟନାୟକ । ନାମାଙ୍କନ ବେଳେ ଶକ୍ତି ପ୍ରଦର୍ଶନ ପାଇଁ ସବୁ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.