ଘରେ ହଠାତ୍ ଦେଖୁଛନ୍ତି କି ଏହି ପକ୍ଷୀ , ମା' ଲକ୍ଷ୍ମୀଙ୍କ ମିଳିବ ଆର୍ଶୀବାଦ ହେବ ଧନ ବର୍ଷା !

Published By : Prameya-News7 Bureau | April 09, 2024 IST

ନୂଆଦିଲ୍ଲୀ ୦୯।୦୪: ଆମ ଆଖପାଖରେ ଅନେକ ପକ୍ଷୀ ଅଛନ୍ତି । ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ଏମାନଙ୍କୁ ଯଦି ଘରେ ଦେଖିବାକୁ ମିଳନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।  ଆସନ୍ତୁ ଜାଣିବା ଘରକୁ କେଉଁ ପକ୍ଷୀ ଆସିଲେ ଶୁଭ ? 

ଦେବୀ ଲକ୍ଷ୍ମୀଙ୍କ ବାହାନ ହେଉଛନ୍ତି ପେଚା । ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଗୋଟିଏ ପେଚା ଦେଖିବା ଅତ୍ୟନ୍ତ ଶୁଭ । ଯଦି ଏହା ଘରର ବାଲକୋନି କିମ୍ବା ଛାତରେ ଦେଖାଯାଏ ତେବେ ଏହା ସୁଖସମୃଦ୍ଧି ଆଣିଥାଏ । ଗୋଟିଏ ପେଚା ଦେଖିବା ହଠାତ୍ ଆର୍ଥିକ ଲାଭ ସୂଚାଏ । 

ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଜଣେ ବ୍ୟକ୍ତି ହଠାତ୍ ଘରେ କାଉ ଦେଖନ୍ତି, ତେବେ ଏହା ଆର୍ଥିକ ଲାଭ ସୂଚାଏ । ଯଦି ଗୋଟିଏ କାଉ ଘରକୁ ଆସି ଶବ୍ଦ କରେ, ତେବେ ଘରକୁ ଅତିଥି ଆସିବାକୁ ଯାଉଛନ୍ତି । 

ବାସ୍ତୁଶାସ୍ତ୍ର ଅନୁଯାୟୀ ହଠାତ୍ ଘରେ ଧଳା କପୋତ ଦେଖିବା ଅତ୍ୟନ୍ତ ଶୁଭ । ଏମାନେ ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦକୁ ସୂଚିତ କରିଥାନ୍ତି । ଏହି ପକ୍ଷୀମାନଙ୍କୁ ଘରେ ଦେଖିଲେ ବୁଝିଯାଆନ୍ତୁ କି ଦେବୀ ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ଆପଣଙ୍କ ଉପରେ ପଡିବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.