ନୂଆଦିଲ୍ଲୀ ୨୭।୦୪: ସନ୍ରାଇଜର୍ ହାଇଦ୍ରାବାଦ୍ । ଚଳିତ ସିଜିନ୍ରେ କରୁଛି ଦମ୍ଦାର୍ ପ୍ରଦର୍ଶନ । ପଡିଆକୁ ଏଣ୍ଟ୍ରି ମାତ୍ରେ ହିଁ ବିରୋଧୀ ହେଉଛନ୍ତି ଘାଇଲା । ଟିମର ଟାର୍ଗେଟ ବିରୋଧୀ ଦଳର ବୋଲର । ଯାହାଙ୍କୁ ନିର୍ଘାତ ପିଟୁଛନ୍ତି ଟିମ୍ର ବ୍ୟାଟର । କିନ୍ତୁ ଏହାରି ମଧ୍ୟରେ ହାଇଦ୍ରାବାଦର ଜଣେ ମିଷ୍ଟ୍ରି ଗାର୍ଲକୁ ନେଇ ଚର୍ଚ୍ଚା । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନ । ଯିଏକି ନିଜର ଷ୍ଟାଇଲ୍ ଏବଂ ଲଗଜୁରୀ ଲାଇଫ୍ ଷ୍ଟାଇଲ୍ ପାଇଁ ଖୁବ୍ ପରିଚିତ । ତେବେ କିଏ ଏହି କାବ୍ୟା ମାରନ୍ ?
କାବ୍ୟା ଚେନ୍ନାଇର ଏକ ବଡ ବ୍ୟବସାୟ ପରିବାରରୁ ଆସନ୍ତି । ତାଙ୍କ ପିତା କଳାନିଧୀ ମାରନ । ଯିଏକି ସନ୍ ଗ୍ରୁପ୍ର ଚେୟାରମ୍ୟାନ୍ ତଥା ପ୍ରତିଷ୍ଠାତା । କାବ୍ୟା ୬ ଅଗଷ୍ଟ ୧୯୯୨ରେ ଚେନ୍ନାଇରେ ଜନ୍ମିତ । ଚେନ୍ନାଇ ସ୍କୁଲରୁ ପାଠପଢା ସାରିବା ପରେ ସେ ଚେନ୍ନାଇର ଷ୍ଟିଲ ଷ୍ଟେଲା ମାରିସ୍ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ଅଧିକ ପଢିବା ପାଇଁ ବ୍ରିଟେନ୍ ଚାଲି ଯାଇଥିଲେ କାବ୍ୟା । ସେଠାରେ ସେ ଲିଓନାର୍ଡ ଏନ ଷ୍ଟର୍ନ ସ୍କୁଲ ଅଫ୍ ବିଜିନେସରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ।
ପଢା ସରିବା ପରେ ସେ ନିଜ ପାରିବାରିକ ବ୍ୟବସାୟ ସନ୍ ନେଟଓ୍ବର୍କରେ ହୋଇଥିଲେ ସାମିଲ୍ । ୨୦୧୯ରେ ସନ୍ ନେଟଓ୍ବର୍କର ଡାଇରେକ୍ଟର ପ୍ୟାନେଲରେ ସାମିଲ ହୋଇଥିଲେ । କ୍ରିକେଟ୍ ପ୍ରତି ଖୁବ୍ ଆଗ୍ରହୀ କାବ୍ୟା । ଟିମ୍ରେ ପ୍ଲେୟର୍ ଚୟନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି । ତେବେ କାବ୍ୟା କୋଟିକୋଟି ସମ୍ପତ୍ତିର ମାଲିକାଣୀ । ରିପୋର୍ଟ ଅନୁଯାୟୀ, କାବ୍ୟାଙ୍କ ବାର୍ଷିକ ଦରମା ୧ କୋଟି ୯ ଲକ୍ଷ । ତାଙ୍କର ଆନୁମାନିକ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ପ୍ରାୟ ୪୦୯ କୋଟି ।
ସେ କ୍ରିକେଟର ସଉକ୍ ରଖିବା ସହିତ ଲଗ୍ଜୁରୀ କାର୍ର ମଧ୍ୟ ସଉକ୍ ରଖିଥାନ୍ତି । ତାଙ୍କ ପାଖରେ ଏକରୁ ବଳି ଅନେକ ଲଗଜୁରୀ କାର୍ର ଶାନଦାର୍ କଲେକ୍ସନ୍ ରହିଛି । କାବ୍ୟାଙ୍କ ପାଖରେ ରୋଲ୍ସ-ରୋଏସ୍ ଫେଣ୍ଟମ୍ VIII EWB ରହିଛି । ଯାହାର ଦାମ୍ ୧୨ କୋଟି ୨୦ ଲକ୍ଷ । ଏହାବ୍ୟତୀତ ତାଙ୍କ ପାଖରେ ବେଣ୍ଟଲି ବେଣ୍ଟାଇଗା LWB ମଧ୍ୟ ରହିଛି । ଯାହାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା । ଏହି କାରରେ ଶକ୍ତିଶାଳୀ ଟ୍ୱିନ୍-ଟର୍ବୋ V12 ଇଞ୍ଜିନ୍ ଅଛି । ଯାହା 571 bhp ଏବଂ 900 Nm ଟର୍କ ଉତ୍ପାଦନ କରିପାରିବ ।
ସନରାଇଜର୍ସ ହାଇଦ୍ରାବାଦ ମାଲିକାଣୀ କାବ୍ୟା ମାରନ୍ କାଭିଙ୍କ ଗ୍ୟାରେଜରେ ଏକ ଇକୋ-ଫ୍ରେଣ୍ଡଲି ବିଏମଡବ୍ଲୁ ୧୭ ସାମିଲ ରହିଛି । ଯାହାର ମୂଲ୍ୟ ୨କୋଟି ୧୩ ଲକ୍ଷ ଟଙ୍କା । ଏହା ଏକ ଇଲେକ୍ଟ୍ରିକ୍ କାର୍ । ଯାହା ନିଜର ଡୁଆଲ୍ ଇଲେକ୍ଟ୍ରିକ୍ ମୋଟର ସହିତ 650 bhp ପର୍ଯ୍ୟନ୍ତ ଶକ୍ତି ଉତ୍ପାଦନ କରିପାରିବ । କାବ୍ୟାଙ୍କ କାର୍ କଲେକ୍ସନ୍ର ଶାନ୍ ବଢାଇଥାଏ ତାଙ୍କ ଗ୍ୟାରେଜ୍ରେ ଥିବା ଫେରାରୀ ରୋମା । ଯାହାର ଦାମ୍ ୩ କୋଟି ୭୬ ଲକ୍ଷ ଟଙ୍କା । କାବ୍ୟା ନିଜର ସୁନ୍ଦରତା ଏବଂ ଲଗ୍ଜୁରୀ ଲାଇଫ୍ ଷ୍ଟାଇଲ୍ ପାଇଁ ସବୁବେଳେ ଚର୍ଚ୍ଚାରେ…