ଗୋଲ୍ଡ ଲଭର୍; ପ୍ରତିଦିନ ପିନ୍ଧନ୍ତି ୪ କିଲୋ ଓଜନର ସୁନା, ପାଖରେ ଅଛି ରୂପା ଜୋତା

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ ୨୭।୦୪: ସୁନା । କାହାକୁ ବା ପସନ୍ଦ ନୁହେଁ । ଏପରି ଜଣେ ଗୋଲ୍ଡ ଲଭର୍ ହେଉଛନ୍ତି କାନପୁରର କାକାଦେବ ବାସିନ୍ଦା ମନୋଜ ସେଙ୍ଗର । ସେ ଗୁଗଲ ଗୋଲ୍ଡେନ୍‌ ବାବା ନାଁରେ ବେଶ ପରିଚିତ । ପ୍ରତିଦନ ସେ ୪ କିଲୋ ଓଜନର ସୁନା ଆଭୂଷଣ ପିନ୍ଧନ୍ତି । ସେଥିପାଇଁ ତାଙ୍କୁ ଗୋଲ୍ଡେନ୍‌ ବାବା କୁହାଯାଏ ।

ମନୋଜ କେବେ ବି ନିଜ ଆଭୂଷଣର ଓଜନ ମାପନ୍ତିନି । ତାଙ୍କ ପାଇଁ ଏକ ସୁନାର କବଚ ତିଆରି ହୋଇସାରିଛି । କିନ୍ତୁ ଏବେ ସେ ତାକୁ ପିନ୍ଧୁନାହାନ୍ତି । ସେ ଦୈନିକ ପିନ୍ଧୁଥିବା ବିଭିନ୍ନ ସୁନା ଆଭୂଷଣରେ ୨୬୧ ଗ୍ରାମ୍‌ର ଶଙ୍ଖର ମାଳା, ୧୦୧ ଗ୍ରାମ୍‌ର ମାସ୍କ, ଏକ ଶିବ କବଚ, ଦେବୀ ଦୁର୍ଗାଙ୍କର ଏକ ମୂର୍ତ୍ତି ଓ ସୁନାର ଲଡୁ ଗୋପାଳ ସାମିଲ ।

ସୁନା ଆଭୂଷଣ ପିନ୍ଧିବା ନେଇ ପୂର୍ବରୁ ମନୋଜ କହୁଥିଲେ, ସେ ଜଣେ କ୍ଷତ୍ରୀୟ । ପ୍ରାଚୀନ ସମୟରେ କ୍ଷତ୍ରୀୟମାନେ ଯେଉଁଭଳି ନିଜ ଶରୀରକୁ ସୁନାରେ ଆବୃତ୍ତ କରୁଥିଲେ, ତାହା ତାଙ୍କୁ ପ୍ରଭାବିତ କରୁଥିଲା । ସେଥିପାଇଁ ସେ ସୁନା ଆଭୂଷଣ ପିନ୍ଧିବାକୁ ଲାଗିଲେ । କିନ୍ତୁ ଏବେ ସେ କହୁଛନ୍ତି, ଏହା ଈଶ୍ୱରଙ୍କ ଇଚ୍ଛା । କରୋନା ସମୟରେ ମନୋଜ ସୁନାର ଏକ ମାସ୍କ ପ୍ରସ୍ତୁତ କରାଇଥିଲେ, ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ଥିଲା । ଏଥିପାଇଁ ସେ ଖୁବ୍‌ ଚର୍ଚ୍ଚାର କାରଣ ହୋଇଥିଲେ । 

ତାଙ୍କ ପାଖରେ ରୁପାର ଜୋତା ବି ଅଛି, ଯାହାର ଓଜନ ୪.୫ କିଲୋ । ସମୟ ଥିଲା, ଏହି ଜୋତା ତାଙ୍କ ପରିଧାନର ପ୍ରମୁଖ ଅଂଶ ଥିଲା । କିନ୍ତୁ ଜୋତାକୁ ନେଇ ସେ ଏକ ଶପଥ ନେଇଛନ୍ତି । ତାଙ୍କ ଶପଥ ଅନୁସାରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ହୋଇନାହାନ୍ତି, ସେପର୍ଯ୍ୟନ୍ତ ସେ ରୁପା ଜୋତା ପିନ୍ଧିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.