ସାରା ଦିନ ଏସିରେ ବିତାଉଥିଲେ ସାବଧାନ, ହୋଇପାରେ ଏହି ସବୁ ସମସ୍ୟା

Published By : Prameya-News7 Bureau | April 30, 2024 IST

ନୂଆଦିଲ୍ଲୀ: ଆଜିର ସମୟରେ ଗରମରୁ ବର୍ତ୍ତିବା ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଗଲାଣି ଏୟାରକଣ୍ଡିସନର। ଏସିର ଥଣ୍ଡା ହାଓ୍ବା ସତେ ଯେପରି କବଳିତ କରିବାରେ ଲାଗିଛି ଲୋକଙ୍କୁ । ବିଶେଷ କରି ସହରାଞ୍ଚଳରେ ବଢ଼ିଛି ଏସିର। ଏଠାରେ ଘରେ ଘରେ ଦୁଇରୁ ଅଧିକ ଏସିର ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ସ୍ଥିତି ଏଭଳି ହୋଇଛି ଯେ, ଆଜିର ସମୟରେ ଅନେକ ଲୋକଙ୍କ ପାଇଁ ହୁଏତ ଏସି ବିନା ଜୀବନ କଳ୍ପନାବି ମୁସ୍କିଲ ହୋଇପାରେ।

ତେବେ କ’ଣ ଆପଣ ଜାଣନ୍ତି ଆଧୁନିକ ଜୀବନରେ ଆରାମ ଦେଉଥିବା ଏହି ଏସି ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ ? ଆଜ୍ଞା ହଁ, ଯେଉଁମାନେ ଗରମରୁ ବର୍ତ୍ତିବା ପାଇଁ ଏସିରେ ପୂରା ଦିନ ବିତାଉଛନ୍ତି ସେମାନଙ୍କ ଠାରେ, କାଶ, ମୁଣ୍ଡବିନ୍ଧା, ଚର୍ମ ଶୁଷ୍କ ହେବା ଭଳି ଅନେକ ସମସ୍ୟା ଦେଖାଦେଇପାରେ। ଆସନ୍ତୁ ଜାଣିବା ଏସିର ଥଣ୍ଡା ହାଓ୍ବା ସ୍ବାସ୍ଥ୍ୟା ପାଇଁ କେତେ ହାନିକାରକ। 

ଦୀର୍ଘ ସମୟ ଧରି ଏସିରେ ରହିବାର କୁପ୍ରଭାବ:

ଡିହାଇଡ୍ରେସନ-

ଲମ୍ବା ସମୟ ଧରି ଏସିରେ ରହିବା ଦ୍ବାରା ଶରୀରରେ ଡିହାଇଡ୍ରେସନ ହୋଇପାରେ। ପ୍ରକୃତରେ ଏସିରେ ଅନେକ ସମୟ ଯାଏଁ ବସିବା ଦ୍ବାରା ବ୍ୟକ୍ତିକୁ ଶୋଷ ଲାଗିନଥାଏ। ଫଳରେ ଶରୀରରେ ପାଣିର ମାତ୍ରା କମ୍‌ ହୋଇପାରେ। ଶରୀରରେ ପାଣି ମାତ୍ରା କମିବା ଫଳରେ ଡିହାଇଡ୍ରେସନ ହୋଇଥାଏ। ଯାହା ଫଳରେ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ଭଳି ସମସ୍ୟା ବଢ଼ିପାରେ।

ଚର୍ମ ଶୁଷ୍କ ହେବା-

ଅଧିକ ସମୟ ପର୍ଯ୍ୟନ୍ତ ଏସିରେ ରହିବା ଦ୍ବାରା ଶରୀର ଶୁଷ୍କ ହେବାକୁ ଲାଗିଥାଏ। ଯାହାଦ୍ବାରା ଚର୍ମ ଫାଟିବା ସହ ଜାକି ଚର୍ମ ହେବା ଭଳି ଅନୁଭୂତ ହୋଇଥାଏ। ଯାହାଦ୍ବାରା ଶରୀରରେ ଏଜିଂ ପ୍ରକ୍ରିୟା ମଧ୍ୟ ଦ୍ରୁତ ଭାବରେ ବଢ଼ିବାରେ ଲାଗିଥାଏ।  

ମୋଟାପଣ- 

ଏସିରେ ଅତ୍ୟଧିକ ରହିବା ଦ୍ବାରା ମୋଟାପଣ ସମସ୍ୟାକୁ ମଧ୍ୟ ବଢ଼ାଇପାରେ। ପ୍ରକୃତରେ ଶରୀରର ତାପମାତ୍ରା କମ୍‌ ହେବା କାରଣରୁ ବ୍ୟକ୍ତିଙ୍କ ଶରୀର ଅଧିକ ସକ୍ରିୟ ହୋଇପାରିନଥାଏ। ଆଉ ଏହି କାରଣରୁ ଶରୀର ଶକ୍ତି ଠିକ୍‌ ଭାବରେ ବ୍ୟବହାର ହୋଇପାରିନଥାଏ ଆଉ ଶରୀରରେ ଚର୍ବି ବଢ଼ିବାରେ ଲାଗିଥାଏ।

ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା-

ଅଧିକ ସମୟ ଏସିରେ  ରହିବା କାରଣରୁ ଶରୀର ସହ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ସମସ୍ୟା ଦେଖାଦେଇପାରେ। ଦ କମ୍ଫର୍ଟ ଏକାଡେମୀର ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ଏହି କୃତ୍ରିମ ଥଣ୍ଡା ବାୟୁରେ ରହୁଥିବା ଲୋକଙ୍କ ଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ଅଧିକ ଦେଖାଦେଇଛି। 

ମସ୍ତିଷ୍କ ଉପରେ କୁପ୍ରଭାବ-

ଏସିର ତାପମାତ୍ରାରେ କମ୍ ହେବା କାରଣରୁ ମସ୍ତିଷ୍କର କୋଷିକା ସଙ୍କୁଚିତ ହୋଇଥାଏ। ଯାହାଦ୍ବାରା ମସ୍ତିଷ୍କର କ୍ଷମତା ଏବଂ କ୍ଷମତା ପ୍ରଭାବିତ ହୋଇଥାଏ। ଏତିକି ନୁହେଁ ଲଗାତାର ମୁଣ୍ଡ ବୁଲାଇବା ଭଳି ସମସ୍ୟା, ମୁଣ୍ଡ ବ୍ୟଥା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.