ଦୟନୀୟ ସ୍ଥିତିରେ ମାଉଣ୍ଟେନ ମ୍ୟାନ୍‌ଙ୍କ ପରିବାର, ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ପିଲା

Published By : Prameya-News7 Bureau | April 13, 2024 IST

ବିହାର ୧୩/୦୪: ବିହାରର ମାଉଣ୍ଟେନ ମ୍ୟାନ୍ । ନାଁ ତାଙ୍କର ଦଶରଥ ମାଝୀ । କାହାକୁ ଅଛପା ନାହିଁ ତାଙ୍କର ପରିଚୟ । ତାଙ୍କର ଅନନ୍ୟ କାର୍ଯ୍ୟ ପାଇଁ ସେ ଥିଲେ ଚର୍ଚ୍ଚିତ । ବିହାରରେ ଘରେ ଘରେ ପରିଚତି । ପାହାଡକୁ କାଟି ତିଆରି କରିଥିଲେ ରାସ୍ତା । ଦିନେ ପରିଚୟ ନଥିବା ଗାଁ ଏବେ ପାଲଟିଛି ପର୍ଯ୍ୟଟନସ୍ଥଳୀ । ହେଲେ ପରିଚୟ ଦେଇଥିବା ବିଶ୍ୱକର୍ମା ଏବେ ବଞ୍ଚିବାକୁ କରୁଛନ୍ତି ସଂଘର୍ଷ । ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟକର । କ୍ୟାମେରା ଆଗରେ ଦୁଃଖ ବଖାଣୁଛନ୍ତି ନିଜେ ମାଉଣ୍ଟେନ ମ୍ୟାନ୍ ।  

ରିଲ୍‌ରେ ନଜର ଆସିଥିଲା ମାଉଣ୍ଟେନ ମ୍ୟାନ୍‌ଙ୍କ କାହାଣୀ । ଲୋକେ ଧୀରେ ଧୀରେ ଜାଣିଥିଲେ ୨୨ ବର୍ଷ ସଂଘର୍ଷଣ କାହାଣୀ । ବହି ବି ଲେଖାହୋଇଛି । ଏମିତିକି ନେତା ବି ଆସି ଟିକେଟ ଦେବାକୁ ପ୍ରତିଶୃତି ଦେଇଗଲେ । ହେଲେ ନା ପୂରଣ ହେଲା ପ୍ରତିଶୃତି, ନା ମିଳିଲା କୌଣସି ସୁବିଧା ସୁଯୋଗ । ଫିଲ୍ମ କରିଥିବା ନିର୍ମାତା ବି କଥା ଦେଇ ରଖିଲେନି । ୫୦ ହଜାର ଟଙ୍କା ଦେଇଦେଲେ ପରେ ଆଉ ମିଳିଲାନି କିଛି । ଖାଲି ସେତିକି ନୁହେଁ 'ସତ୍ୟମେବ ଜୟତେ' ସିଜିନ-୨ରେ ବି ମାନଝୀଙ୍କ କାହାଣୀ ଆଖିରେ ଆଣିଦେଇଥିଲା ଲୁହ । 


ଲୋକପ୍ରିୟତା ମିଳିଲା, ଲୋକେ ଜାଣିଲେ । କିନ୍ତୁ ଯେଉଁଠି ସେଇଠି ରହିଗଲେ ଦଶରଥଙ୍କ ପରିବାର । ଦଶରଥ ସିନା ନାହାଁନ୍ତି କିନ୍ତୁ, ସେହି ଝାଟି ମାଟି ଘରେ ରହୁଛନ୍ତି ପରିବାର । ଦଶରଥଙ୍କ ପୁଅ ଏବେ ବୟସ ହୋଇଗଲେଣି । ତଥାପି ତାଙ୍କ ଜ୍ୱାଇଁ ଓ ଅନ୍ୟ ପରିବାର ଏବେବି ଶ୍ରମିକ ଭାବେ କରୁଛନ୍ତି  କାମ । ସେମାନଙ୍କ କହିବା କଥା ଜୀବନ ପଞ୍ଚ ଚାଲିଯାଉ ହେଲେ ବାପାଙ୍କ ଆଦର୍ଶ ଛାଡିବୁନି । ଖଟି ଖାଇବୁ ହେଲେ କାହା ପାଖରେ ନୁଆଁଇବୁନି ମୁଣ୍ଡ । 

ଏବେ ଆସିଛି ନିର୍ବାଚନ । ପ୍ରାର୍ଥୀ ଆସୁଛନ୍ତି ଭୋଟ ମାଗୁଛନ୍ତି । ବଡ ବଡ ପ୍ରତିଶୃତି ଦେଉଛନ୍ତି । ହେଲେ ପୂର୍ବଭଳି ଯେ ଭୁଲିନିଯିବେ ଏହା କିଏ ବା କହିବ । ଆମ ଦୁଃଖ ବୁଝିବାକୁ କେହି ନାହାଁନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.