MDHର ଫୁଲଫର୍ମ କଣ? କମ୍ ଲୋକଙ୍କୁ ଜଣା ଏହାର ଅର୍ଥ

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ ୨୫/୦୪: ଅସ୍ଲି ମସାଲେ ସଚ୍ ସଚ୍ । ବିଜ୍ଞାପନର ଟ୍ୟାଗ୍ ଲାଇନ୍ । ଶୁଣିଲେ ମନକୁ ଆସିଯାଏ ଏମ୍ଡିଏଚ୍ ମସଲା କଥା । ପ୍ୟାକେଟରେ ଥିବା ଚରିତ୍ରଙ୍କ କଥା ବି ଆଖି ଆଗରେ ନାଚେ । ସେ ହେଉଛନ୍ତି ମସଲାର ପ୍ରତିଷ୍ଠାତା ‘ମହାଶୟ'ଧରମପାଲ୍ ଗୁଲାଟି । 

ହେଲେ ଦଶନ୍ଧି ଦଶନ୍ଧି ଧରି ରାଜ୍ କରୁଥିବା ଏହି ମସଲାକୁ ନେଇ ଉଠିଛି ବିବାଦ । ଗୁଣବତା ନେଇ ଅନେକ ପ୍ରଶ୍ନ । ଏମିତିକି କ୍ୟାନସରର ବାହକ ବୋଲି ଚର୍ଚ୍ଚା ବି ହୁଏ । ତେବେ ବିବାଦ ଘେରକୁ ଆସିଥିବା ଏହି ମସଲାର ପ୍ରକୃତ ନା କାହିଁକି ଏମିତି? MDH ର ପ୍ରକୃତ ଅର୍ଥ କଣ?କାହା ନାମରେ ନାମିତ ଏହି ମସଲା କମ୍ପାନୀ । 

୧୯୧୯ରେ ଆରମ୍ଭ ହୋଇଥିଲା ବ୍ୟବସାୟ । ଧରମପାଲ ଗୁଲାଟିଙ୍କ ବାପା ପାକିସ୍ତାନ ସିଆଲକୋଟ୍ ପକାଇଥିଲେ ମୁଳଦୂଆ । ମସଲା ବିକ୍ରି ଲାଗି ମହାଶୟ ଚୁନ୍ନୀ ଲାଲ ଗୁଲାଟି ଖୋଲିଥିଲେ ଛୋଟିଐ ଦୋକାନ । ଦୋକାନର ନା ରଖିଥିଲେ 'ମହାଶିୟାଁ ଦ ହଟ୍ଟି' । ମହାଶିୟାଁ ମାନେ ମହାଶୟ । ଆଉ ହଟ୍ଟିର ଅର୍ଥ ହାଟ । ମୋଟାମୋଟି ଭାବେ କହିବାକୁ ଗଲେ ହାଟରେ କିଣାବିକା । ଅର୍ଥାତ୍ ମହାଶୟଙ୍କ ଦୋକାନ । ସେବେଠାରୁ ନା ରହିଗଲା MDH । 


ଦେଶ ବିଭାଜନ ବେଳେ ଗୁଲାଟି ପରିବାର ଉପରେ ଖସିପଡିଥିଲା ଦୁଃଖର ପାହାଡ । ପୁରା ବ୍ୟବସାୟୀ ଛାଡି ଭାରତ ଫେରିଆସିଥିଲେ ସମସ୍ତେ । ପରେ ଘର ଚଳାଇବାକୁ ଧରମପାଲ କିଣିଥିଲେ ଟାଙ୍ଗା । ହେଲେ ଟାଙ୍ଗା ଜରିଆରେ ସେତେଟା ଜମିନଥିଲା ବ୍ୟବସାୟ । କିଛି ମାସ ପରେ ଏହାକୁ ବିକି ଦେଇଥିଲେ ଧରମପାଲ୍ । ଆଉ ଆରମ୍ଭ କରିଥିଲେ ନିଜ ବାପା ଓ ଅଜା ସମୟର ମସଲା କାରବାର । ଦିଲ୍ଲୀ କରୋଲବାଗରେ ଛୋଟିଆ ଝୁପୁଡି ଦୋକାନରେ ଆରମ୍ଭ କରିଥିଲେ ମସଲା ବିକ୍ରି । ଯାହାର ନା ରଖିଥିଲେ ମହାଶିୟାଁ ଦ ହଟ୍ଟି । 

ଦୋକାନରେ ବିକ୍ରି ହେଉଥିଲା ଘର ହାତ ତିଆରି ସମଲା । ଯାହାକୁ ମେସିନରେ ପ୍ୟାକିଂ କରି ଛାଡୁଥିଲେ ମାର୍କେଟକୁ । ଧୀରେ ଧୀରେ ମାର୍କେଟର ବଢିଥିଲା ଡିମାଣ୍ଡ । ଘରେ ଘରେ ହୋଇଗଲା ଫେମସ । ଛୋଟରୁ ବଡ କରି ଗଢିଥିବା ବ୍ୟବସାୟର ବିଶ୍ୱକର୍ମା ୨୦୨୦ରେ ଦୁନିଆକୁ କହିଥିଲେ ଅଲବିଦା । ଆଉ କମାଣ୍ଡ ସମ୍ଭାଳିଥିଲେ ପୁଅ ରାଜୀବ ଗୁଲାଟ୍ଟୀ । ମସଲା ଦୁନିଆରେ ବେତାଜ ବାଦଶାହା ବୋଲାଉଥିବା କମ୍ପାନୀ ଏବେ ବିବାଦ ଘେରକୁ ଟାଣି ହୋଇଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.