ଖୁବ୍ ଶୀଘ୍ର ବିବାହ କରିଥାନ୍ତେ ଗୁରୁଚରଣ, ଭଲ ନଥିଲା ଅଭିନେତାଙ୍କ ଆର୍ଥିକ ଅବସ୍ଥା

Published By : Prameya-News7 Bureau | April 30, 2024 IST

ମୁମ୍ଵାଇ ୩୦।୦୪: ଲୋକପ୍ରିୟ ଟିଭି ଶୋ ତାରକ ମେହେତା କା ଓଲଟା ଚଷମାର ଗୁରୁଚରନ୍ ସିଂ ଛଦ୍ମନାମ ସୋଡି ନିଖୋଜ ହୋଇଯାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଶୀଘ୍ର ବିବାହ କରିଥାନ୍ତେ । ଏହା ସହ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ସୂଚନାନୁସାରେ, ପ୍ରାଥମିକ ଅନୁସନ୍ଧାନ ପରେ ଦିଲ୍ଲୀ ପୋଲିସ ଏହି ସୂଚନାରେ ପହଞ୍ଚିଛି। ଏହା ମଧ୍ୟ ଜଣାପଡିଛି ଯେ ଗୁରୁଚରଣ ଦିଲ୍ଲୀର ଏକ ଏଟିଏମରୁ, ୭୦୦୦ ଟଙ୍କା ବାହାର କରିଥିଲେ। ଏପ୍ରିଲ୍ ୨୪ ରେ, ତାଙ୍କ ଶେଷ ଲୋକେସନ ତାଙ୍କ ଘରଠାରୁ କିଛି କିଲୋମିଟର ଦୂରରେ ଥିବା ପାଲାମରେ ମିଳିଥିଲା । ସେବେଠାରୁ ତାଙ୍କ ଫୋନ୍ ବନ୍ଦ ହୋଇଯାଇଛି ।

ଅଭିନେତାଙ୍କ ଶେଷ ସିସିଟିଭି ଫୁଟେଜରେ ସେ ବ୍ୟାଗ ଧରି ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା। ଗୁରୁଚରଣଙ୍କ ପିତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ଏପ୍ରିଲ ୨୨ ରେ ବିମାନ ଯୋଗେ ଦିଲ୍ଲୀରୁ ମୁମ୍ବାଇ ଯାଇଥିଲେ କିନ୍ତୁ ମୁମ୍ବାଇରେ ପହଞ୍ଚି ନଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପାଇଁ ସେ କେଉଁ ମାର୍ଗ ନେଇଥିଲେ ତାହା ଜାଣିବା ପାଇଁ ପୋଲିସ ତାଙ୍କ ଘର ଚାରିପାଖରେ ଥିବା ସିସିଟିଭି ଫୁଟେଜ ଉପରେ ମଧ୍ୟ ନଜର ରଖିଛି।

ଅଭିନେତାଙ୍କ ବାପା ଅତ୍ୟନ୍ତ ରାଗିଯାଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ମୁମ୍ବାଇ ଯିବା ପରେ ତାଙ୍କ ପୁଅର ହଠାତ୍ ନିଖୋଜ ହେବା ସମ୍ପର୍କରେ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀ ଡିସିପି ANI କୁ କହିଛନ୍ତି, ଗୁରୁଚରଣଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ସେ ଏପ୍ରିଲ ୨୨ ରୁ ନିଖୋଜ ଥିଲେ। ସେ ମୁମ୍ବାଇ ଯିବାର ଥିଲା କିନ୍ତୁ ସେ ଯାଇ ନଥିଲେ। ପୋଲିସ ଅନୁଯାୟୀ ଏକ ମାମଲା ରୁଜୁ କରିଛୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.