ସାଢେ ୨ଟା ସୁଦ୍ଧା ୪୨ ଟପିଲା ପାରଦ, ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

Published By : Prameya-News7 Bureau | May 02, 2024 IST

ଭୁବନେଶ୍ବର ୨।୫: ତାତିରେ ଲାଗୁନି ବ୍ରେକ୍ । ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ଦିନ ସାଢ଼େ ୨ଟା ସୁଦ୍ଧା ୪୨ ଡିଗ୍ରୀ ଟପିଛି ପାରଦ । ୪୨.୬ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଛି । ୪୦ ଡିଗ୍ରୀ ଉପରେ ରହିଛି ଓଡ଼ିଶାର ୭ ସହର ।

ଗିରୁବାର ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ, ଝାରସୁଗୁଡ଼ା ୪୨.୬, ସମ୍ବଲପୁର ୪୨.୩, କେନ୍ଦୁଝର ୪୨, ହୀରାକୁଦ ୪୧.୮ ରାଉରକେଲା ୪୧.୮, ବାଲେଶ୍ବର ଓ ଚାନ୍ଦବାଲି ୪୧.୨, ପୁରୀ ୩୩.୬, ପାରାଦୀପ ୩୩.୫, ଗୋପାଳପୁର ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିଭଳି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ୪୦.୬°, ଝାରସୁଗୁଡାରେ ୪୦°, କେନ୍ଦୁଝରରେ ୪୦°, ସମ୍ବଲପୁରରେ ୩୯.୭°, ହୀରାକୁଦରେ ୩୯°, ରାଉରକେଲାରେ ୩୮.୪°, ଭୁବନେଶ୍ୱରରେ ୩୮°, ପୁରୀରେ ୩୩.୬°, ପାରାଦୀପରେ ୩୨.୪°, ଗୋପାଳପୁରରେ ୩୨.୪ ° ତାପମାତ୍ରା ରେକର୍ଡ କରାଯାଇଥିଲା ।

ସେହିଭଳି ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଭବାନୀପାଟଣାରେ ୩୬.୨, ବଲାଙ୍ଗିର ୩୫.୪, ମାଲକାନଗିରି ୩୫, ଝାରସୁଗୁଡ଼ା ୩୪.୮, ବାଲେଶ୍ବର ୩୪.୬, ରାଉରକେଲା ୩୪.୪ ଡିଗ୍ରୀ ତାପାମାତ୍ରା ରେକର୍ଡ ହୋଇଥିଲା ।

 You Can Read :

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଖଣ୍ଡପଡା ବିଧାନସଭା ଆସନ ପାଇଁ ଥିଲେ ଆଶାୟୀ

 

  • odisha
  • OdishaNews
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.