ନୀଳଗିରିରୁ ପ୍ରାର୍ଥୀ ହେଲେ ଇଂ ସୁକାନ୍ତ ନାୟକ, ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ

Published By : Prameya-News7 Bureau | May 02, 2024 IST

ନୀଳଗିରି ୨।୫: ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବହୁ ବାଦ ବିବାଦ ଟଣା ଓଟରା ଓ ଶକ୍ତି ପ୍ରଦର୍ଶନ ପରେ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଟିକେଟ ହାତେଇଛନ୍ତି । ବିଜେଡି ସୁପ୍ରିମୋ ତାଙ୍କ ନାମ ଉପରେ ମୋହର ମାରିଛନ୍ତି । ଟିକେଟ୍ ଘୋଷଣା ପରେ ବିଧାୟକ ଇଂ ନାୟକଙ୍କ କାର୍ଯ୍ୟାଳୟକୁ ଶୁଭେଚ୍ଛାଙ୍କର ସୁଅ ଛୁଟିଛି । ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହ ନବୀନଙ୍କ ନାରାରେ ନୀଳଗିରି ସହର ପ୍ରକମ୍ପିତ ହୋଇ ଉଠିଛି ।

ସୂଚନାଯୋଗ୍ୟ ଯେ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ବିଜେପି ଛାଡି ବିଜେଡିରେ ଯୋଗଦେବା ପରେ ଟିକେଟ୍‌ ଆଶାୟୀ ବିଜେଡି ନେତା ସନ୍ତୋଷ ଖଟୁଆ ଆଶା ଆଶଙ୍କାରେ ଥିଲେ । ଦୁହିଁଙ୍କ ମଧ୍ୟରେ ଗାଁ ଗାଁରେ ସାଂଗଠନିକ ବୈଠକ କରି ଶକ୍ତି ପ୍ରଦର୍ଶନ କରିଆସୁଥିବା ବେଳେ ଟିକେଟ ଘୋଷଣାକୁ ନେଇ ବିଳମ୍ବ ଲାଗିରହିଥିଲା । ଗୁରୁବାର ଶେଷ ପର୍ଯ୍ୟାୟ ଟିକେଟ୍ ଘୋଷଣାରେ ବିଜେଡି ସୁପ୍ରିମୋ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ ଆସ୍ଥା ରଖି ତାଙ୍କ ନାମରେ ମୋହର ମାରିଛନ୍ତି ।

You Can Read :

୧୭ଦିନ ପରେ ୪୦ ତଳକୁ ଖସିଲା ରାଜଧାନୀ ତାତି, ଗୁରୁବାର ୩୯ ଡିଗ୍ରୀ ସେଲସିୟସ ରେକର୍ଡ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.