ବାକି ଟଙ୍କା ମାଗିବାରୁ ଜାଳିଦେଲେ ଦୋକାନ,ଯୁବକଙ୍କୁ ଅଟକ ରଖିଛି ପୋଲିସ

Published By : Prameya-News7 Bureau | April 24, 2024 IST

ଖୋର୍ଦ୍ଧା୨୪/୪: ବାକି ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲା ଯୁବକ । ଖୋର୍ଦ୍ଧା ମଧୁପୁର ଗାଁର ସଦା ସ୍ବାଇଁ ମହୁଲ ଗାଁର ବୃନ୍ଦବାନ ସାହୁଙ୍କ ଦୋକାନରୁ ୧୨୫ ଟଙ୍କାର ସଉଦା ବାକିରେ ନେଇଥିଲା । କିଛିଦିନ ଗଲାପରେ ବୃନ୍ଦାବନ ସଦାଙ୍କୁ ବାକି ଟଙ୍କା ମାଗିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ସଦା ରାଗରେ କହିଥିଲା ତୁମ ଦୋକାନ ପୋଡିଦେବି । ଆଉ ସତକୁ ସତ ବୃନ୍ଦାବନଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିଲା ସଦା ।

 ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ଗ୍ରୋସରୀ ଜିନିଷ। ପୋଡି ପାଉଁଶ ହୋଇଯାଇଛି । ଆଜି ସଦାକୁ ଗାଁ ଲୋକ ଉଠାଇ ନେଇ ପୋଲିସ ଜିମା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । 


You Can Read: ଦୋକାନ ଭିତରକୁ ମାଡିଗଲା ଗାଡି, ଅଳ୍ପକେ ବର୍ତ୍ତିଲେ ଦୋକାନୀ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.