ବସ୍ତା ରେଲୱେ ଷ୍ଟେସନରେ ଅଘଟଣ: ବାଇକକୁ ଧକ୍କା ଦେଲା ଟ୍ରେନ,ବଞ୍ଚିଗଲେ ଯୁବକ

Published By : Prameya-News7 Bureau | May 01, 2024 IST

ଜଳେଶ୍ବର ୧/୫: ଟ୍ରେନ ଟ୍ରାକ ଉପରେ ବାଇକରୁ ଖସିପଡିଲେ ଚାଳକ । ବାଇକକୁ ଧକ୍କା ଦେଇ ଚାଲିଗଲା ଦ୍ରୁତଗାମୀ ଟ୍ରେନ । ଅଳ୍ପକେ ବର୍ତ୍ତିଗଲା ଜୀବନ । ବାଲେଶ୍ବର ଜିଲ୍ଲା ବସ୍ତା ରେଲୱେ ଷ୍ଟେସନର ଦକ୍ଷିଣ କ୍ୟାବିନ ନିକଟରେ ଥିବା ଫାଟକରେ ଏଭଳି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯିଏ ବି ଭିଡିଓ ଦେଖୁଛି ଘଡିଏ ରହିଯାଉଛି । ଟ୍ରେନ ଆସୁଥିବାରୁ ଗେଟ ବନ୍ଦ ରହିଛି । ହେଲେ କିଛି ଅମାନିଆ ଏହାକୁ ଖାତିର ନକରି ଫାଟକ ଦେଇ ରେଲୱେ ଟ୍ରାକ ପାର ହେଉଛନ୍ତି । 

ଜଣେ ଯୁବକ ବାଇକ ଧରି ଟ୍ରାକ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ବାଇକକୁ ଖସିପଡିଥିଲେ । ବାଇକକୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ହଠାତ ବିକଟାଳ ରଡି କରି ଟ୍ରାକରେ ମାଡି ଆସିଲା ଟ୍ରେନ। ଜୀବନ ବିକଳରେ ବାଇକ ଛାଡି ଦୌଡି ପଳାଇ ଯିବାରୁ ଯୁବକଙ୍କ ଜୀବନ ବଞ୍ଚିଯାଇଛି । ଟ୍ରେନଟି ବାଇକକୁ ପ୍ରାୟ ଶହେ ମିଟର ଘୋଷାଡିନେଇଥିଲା । ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦୁର୍ଘଟଣା ପରେ ଯୁବକ ଜଣକ ଫେରାର ହୋଇଯାଇଛନ୍ତି । ବାଇକ ଜବତ କରି ତଦନ୍ତ କରୁଛି ରେଲୱେ ପୋଲିସ ।   

You Can Read: କୂଅରେ ଭାସୁଛି ଯୁବକଙ୍କ ଉଲଗ୍ନ ମୃତଦେହ, କୂଅ ନିକଟରୁ ମିଳିଲା ପ୍ୟାଣ୍ଟ-ସାର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.