ଯାଜପୁର ବିଞ୍ଝାରପୁର ଜରି ଗାଁରେ ଅଘଟଣ, ନଦୀରେ ବୁଡି ୫ ବର୍ଷ ଶିଶୁ କନ୍ୟାର ସଲିଳ ସମାଧି

Published By : Prameya-News7 Bureau | May 02, 2024 IST

ଯାଜପୁର ୨/୫: ବିଞ୍ଝାରପୁର ଥାନା ଜରି ଗାଁରେ ଅଘଟଣ । ନଦୀରେ ବୁଡି ୫ ବର୍ଷର ଶିଶୁକନ୍ୟାର ସଲିଳ ସମାଧି । ମୃତକ କେନ୍ଦ୍ରାପଡା ବାଳକାଟି ଅଞ୍ଚଳର ଦୀପ୍ତିରଞ୍ଜନ ମଲ୍ଲିକଙ୍କ ଝିଅ ସୋନି ମଲ୍ଲିକ । ବିଞ୍ଝାରପୁର ଥାନା ଜରି ଅଞ୍ଚଳ ମାମୁଁ ଘରକୁ ବୁଲି ଆସିଥିଲେ ସୋନି । ଖରସ୍ରୋତା ନଦୀକୁ ଗାଧୋଇବାବେଳେ ମାଆଙ୍କ ସାମ୍ନାରେ ବୁଡି ଯାଇଥିଲେ ସୋନି ।

ସ୍ଥାନୀୟ ନାଉରିଆ ସଙ୍ଗେ ସଙ୍ଗେ ଉଦ୍ଧା କରି ସ୍ଥାନୀୟ ହସପିଟାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅ଼ଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.