ଦୋକାନ ଭିତରକୁ ମାଡିଗଲା ଗାଡି, ଅଳ୍ପକେ ବର୍ତ୍ତିଲେ ଦୋକାନୀ

Published By : Prameya-News7 Bureau | April 24, 2024 IST

ମାର୍ଶାଘାଇ ୨୪/୦୪: ଦୋକାନ ଭିତରକୁ ମାଡିଗଲା ଗାଡି । ଅଳ୍ପକେ ବର୍ତ୍ତିଲେ ଦୋକାନୀ । ମଙ୍ଗଳବାର ବିଳମ୍ୱିତ ରାତିରେ ନଜର ଆସିଛି ଏମିତି ଘଟଣା । ନିର୍ବାଚନ ପରିଚାଳନା (ଫ୍ଲାଇଙ୍ଗ ସ୍କ୍ୱାର୍ଡ) ଗାଡି ଦୋକାନ ଭିତରକୁ ମାଡ଼ିଯାଇଥିଲା । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୋକାନୀ । 

ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଙ୍ଗୁଲାଇ ବଜାରରେ । ଅଙ୍ଗୁଳାଇ ବଜାରରେ ଥିବା ଫଳଦୋକନ ଭିତରକୁ ମଙ୍ଗଳବାର ବିଳମ୍ୱିତ ରାତ୍ରିରେ ଇଲେକସନ୍ ଫ୍ଲାଇଂ ସ୍ୱାଡ୍ ବୋଲେରୋ ମାଡି ଯାଇଥିଲା । ଫଳରେ ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ପହଂଚି ଲୋକମାନଙ୍କୁ ବୁଝା ସୁଝା କରି ଗାଡ଼ିକୁ ଜବତ କରିଛନ୍ତି ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.