ସାଙ୍ଗମାନଙ୍କ ସହ ଗାଧୋଇବା ହେଲା କାଳ, ସାଲେପୁର ଚିତ୍ରୋତ୍ପଳା ନଦୀରେ ବୁଡି ଯୁବକ ମୃତ

Published By : Prameya-News7 Bureau | May 02, 2024 IST

Breaking_1

ସାଲେପୁର୨/୫: ସାଙ୍ଗମାନଙ୍କ ସହ ଗାଧୋଇବା ହେଲା କାଳ । ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ । କଟକ ଜିଲ୍ଲା ସାଲେପୁର ବ୍ଲକ ମୁକ୍ରୁଣ୍ଡି ସ୍ଥିତ ଚିତ୍ରୋତ୍ପଳା ନଦୀରେ ଅଘଟଣ । ମୃତକ ସ୍ଥାନୀୟ ଅ଼ଞ୍ଚଳର ଯୁକ୍ତ ୨ ଛାତ୍ର ପ୍ରୀତି ରଞ୍ଜନ ବେହେରା । ସେ ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡିଯାଇଥିଲେ । 

ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ସହାୟତାରେ ପ୍ରୀତିଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଛି । 

You Can Read: ଶାବକକୁ ଜନ୍ମଦେଇ ନପାରି ଛଟପଟ ହେଉଥିବା ମା' ହାତୀର ମୃତ୍ୟୁ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.