ମଶାଣିରେ ମହୁମାଛି ଆକ୍ରମଣରେ ୧୬ ଆହତ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 04, 2024 IST

ଜଳେଶ୍ବର୪/୫: ଶବ ଦାହ ପାଇଁ ଆସିଥିଲେ ଶ୍ମଶାନ । ମହମାଛି ଆକ୍ରମଣରେ ୬ ଗୁରୁତର ,୧୦ରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି । ଜଳେଶ୍ବର ଡେମୁରିଆ ଗାଁର ଅନନ୍ତ ଜେନାଙ୍କ ମରଶରୀରକୁ ନେଇ ସଂସ୍କାର ପାଇଁ ପରିବାର ଲୋକ ମଶାଣିକୁ ଆସିଥିଲେ । ସେଠାରେ ଶବ ଦାହ ପଇଁ ପ୍ରସ୍ତୁତି ଚାଲିଥିବାବେଳେ ହଠାତ ଉଡିଆସିଥିଲେ ଶହ ଶହ ମହୁମାଛି । ଜୀବନ ବିକଳରେ ମୃତଦେହ ଛାଡି ଯିଏ ଯୁଆଡେ ଧାଇଁ ପଳାଇବାକୁ ଚେଷ୍ଟା କରିଥିଲେ । 

ତେବେ ଗୋଡେଇ ଗୋଡେଇ ସମସ୍ତଙ୍କୁ ଘାଇଲା କରିଥିଲେ ମହୁମାଛି। ମହୁମାଛି ଆକ୍ରମଣରେ ୧୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ଧୂଆଁ ପ୍ରୟୋଗ କରି ମହୁମାଛିକୁ ଘଉଡାଇଛନ୍ତି।

You Can Read: SCB ମେଡିକାଲ କଲେଜରେ ପ୍ରଥମ ଲିଭର ପ୍ରତିରୋପଣ, ପୂର୍ବ ଭାରତରେ ହେଲା ପ୍ରଥମ ସରକାରୀ ଡାକ୍ତରଖାନା

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.