ସଲମାନଙ୍କ ଘର ବାହାରେ ଫାୟାରିଂ ମାମଲାରେ ନୂଆ ଅପଡେଟ, ଲରେନ୍ସ ବିଷ୍ଣୋଇଙ୍କୁ ୱାର୍ଣ୍ଣିଂ ଦେଲେ CM ସିନ୍ଦେ

Published By : Prameya-News7 Bureau | April 17, 2024 IST

ମୁମ୍ଵାଇ ୧୭।୦୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମଙ୍ଗଳବାର ଦିନ ବାନ୍ଦ୍ରାସ୍ଥିତ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ସୁପରଷ୍ଟାର ସଲମାନ ଖାନଙ୍କୁ ଭେଟିଛନ୍ତି। ରବିବାର ସକାଳେ ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ବିନିମୟ ପରେ ଏହି ମିଟିଂ ହୋଇଥିଲା। ଦୁଇଜଣ ବାଇକ୍ ଆରୋହୀ ଏହି ଘଟଣା କରିବ ପରେ ଫେରାର ହୋଇଯାଇଥିଲେ। ଏନେଇ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗୁଜୁରାଟର ଭୁଜରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ଏକନାଥ ସିନ୍ଦେ ଏହି ଘଟଣାରେ ଏକ ବିବୃତ୍ତି ଦେଇଛନ୍ତି।

ଗୁଳି ବିନିମୟ ପରେ ସଲମାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କଡା ସୁରକ୍ଷା ପ୍ରଦାନ କରିବାକୁ ସିଏମ ସିନ୍ଦେ ନିଶ୍ଚିତ କରିଛନ୍ତି। ଗଣମାଧ୍ୟମ ବ୍ୟକ୍ତିବି ଶେଷଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ମୁଁ ସଲମାନ ଖାନଙ୍କୁ ଭେଟିଥିଲି ଏବଂ ତାଙ୍କୁ ନିଶ୍ଚିତ କରିଥିଲି ଯେ ସରକାର ତାଙ୍କ ସହ ଅଛନ୍ତି। ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ମୁଁ ପୋଲିସକୁ ନିର୍ଦ୍ଦେଶ ଦେଇଛି। ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି।

ଏଥିସହିତ ସିଏମ ସିନ୍ଦେ ମଧ୍ୟ ଲରେନ୍ସ ବିଷ୍ଣୁଙ୍କ ଗ୍ୟାଙ୍ଗ ବିଷୟରେ କହିଥିଲେ। ସେ କହିଛନ୍ତି, ମହାରାଷ୍ଟ୍ରରେ ଗ୍ୟାଙ୍ଗ ଏବେବି ବଞ୍ଚିଛି। ଆମେ ସମସ୍ତ ଗ୍ୟାଙ୍ଗ ଏବଂ ଗୁଣ୍ଡାକୁ ବାହାର କରିକି ଫିଙ୍ଗିବୁ । ସେମାନଙ୍କ ମନମାନି ଇଚ୍ଛା ଚଳିବ ନାହିଁ । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। କାହାକୁ ଛଡା ଯିବ ନାହିଁ। ସଲମାନ ଏବଂ ତାଙ୍କ ପରିବାରକୁ ଅତିରିକ୍ତ ସୁରକ୍ଷା ଯୋଗାଇବାକୁ ମୁଁ ପୋଲିସ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଆମ ଲୋକମାନଙ୍କର ଯତ୍ନ ନେବା ଆମର କର୍ତ୍ତବ୍ୟ । ପୂର୍ବ ସରକାର ସମୟରେ କ’ଣ ହେଲା? ମୁଁ ଏହା ଉପରେ କିଛି କହିବାକୁ ଚାହେଁ ନାହିଁ। କିନ୍ତୁ ରାଜ୍ୟରେ କାହାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିବା ସମସ୍ତ ଗ୍ୟାଙ୍ଗ ଏବଂ ଗୁଣ୍ଡାଙ୍କ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସିଏମ ସିନ୍ଦେ ସଲମାନଙ୍କ ଘରେ ପହଞ୍ଚିଥିଲେ

କହିବାକୁ ଗଲେ ସିଏମ ସିନ୍ଦେଙ୍କ ସହ ସାକ୍ଷାତ ସମୟରେ ସଲମାନଙ୍କ ପିତା ତଥା ସଲିମ ଖାନ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ବିଧାୟକ ବାବା ସିଦ୍ଦିକି, ତାଙ୍କ ପୁଅ ବିଧାୟକ ଜିଶାନ ସିଦ୍ଦିକି ଏବଂ ଯୁବ ସେନା ରାହୁଲ କନାଲ ମଧ୍ୟ ସେଠାରେ ପହଞ୍ଚିଥିଲେ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.