ପୃଥ୍ୱୀ ଶ’ କିଣିଲେ ଆଲିଶାନ୍‌ ଘର, ଦାମ୍‌ ଆକାଶଛୁଆଁ

Published By : Prameya-News7 Bureau | April 13, 2024 IST

ନୂଆଦିଲ୍ଲୀ ୧୩।୦୪:  ଭଲ ଘରେ ରହିବା, ଭଲ ଗାଡ଼ି ଚଢ଼ିବା ସମସ୍ତଙ୍କର ସ୍ୱପ୍ନ ଥାଏ । କିନ୍ତୁ ଏହି ସ୍ୱପ୍ନ ସବୁ କାହାର ପୂରଣ ହୁଏତ ଆଉ କାହାର ଅଧୂରା ରହିଯାଏ । ବର୍ତ୍ତମାନ କ୍ରିକେଟର ପୃଥ୍ୱୀ ଶ’ ନିଜ ସ୍ୱପ୍ନର ଘର କିଣିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।ପୃଥ୍ୱୀଙ୍କ ପ୍ରାରମ୍ଭିକ ଖେଳ ଜୀବନ ବେଶ ଚମକପ୍ରଦ ଥିଲା । 

ଜଣେ ବିସ୍ମୟ ଖେଳାଳି ଭାବେ ସେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । କିନ୍ତୁ ପରେ ଦୁର୍ବଳ ଫର୍ମ ଏବଂ ଆହତ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟରେ ନିଜକୁ ପ୍ରତିଷ୍ଠିତ କରିପାରି ନାହାନ୍ତି । ହେଲେ ପ୍ରୟାସ ଜାରି ରଖିଛନ୍ତି । ସେ ଆଇପିଏଲରେ ବେଶ ସକ୍ରିୟ ରହିଛନ୍ତି । ପ୍ରଥମରୁ ହିଁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି । ୨୦୨୪ରେ ତାଙ୍କୁ ୮ କୋଟିରେ କିଣିଛି ଟିମ୍ । 

ବର୍ତ୍ତମାନ ମୁମ୍ବାଇର ବାନ୍ଦ୍ରାରେ ଆଲିସାନ୍ ଘର କିଣିଛନ୍ତି ପୃଥ୍ୱୀ । ଯାହାର ମୂଲ୍ୟ ୧୬.୫ କୋଟି ଟଙ୍କା । ଘରଟି ବେଶ ବିଳାସପୂର୍ଣ୍ଣ ହୋଇଛି । କହିବାକୁ ଗଲେ ପୃଥ୍ୱୀଙ୍କ ଜନ୍ମ ଏକ ସାଧାରଣ ପରିବାରରେ । ତାଙ୍କର ପିଲା ଦିନ ବେଶ ଅଭାବ ଅନଟନରେ ବିତିଥିଲା । ଏବେ ତାଙ୍କ ପାଖରେ ଦାମୀ ଗାଡ଼ି ସାଙ୍ଗକୁ ନୂଆ ଘର ବି ରହିଛି । ଅନ୍ୟ ଖେଳାଳୀଙ୍କ ପରି ସେ ମଧ୍ୟ ଲଗଜୁରୀ ଲାଇଫ୍ଷ୍ଟାଇଲ୍ ମେଣ୍ଟେନ୍ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.