IPL 2024 : ଚିପକରେ ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମୁକାବିଲା

Published By : Prameya-News7 Bureau | May 01, 2024 IST

ଚେନ୍ନାଇ ୦୧।୦୫ : ଆଇପିଏଲ୍‌ ୨୦୨୪ । ବୁଧବାର ଦିନ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୪୯ତମ ମ୍ୟାଚ୍‌ । ଚେନ୍ନାଇର ଚିପକ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ । ରାତି ୭ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ମ୍ୟାଚ୍‌ । ଜବରଦସ୍ତ ହେଲାଣି ପ୍ଲେ-ଅପ୍‌ ରେସ୍‌ । 

ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ସୁପର କିଙ୍ଗସ୍‌ ୯ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୪ର୍ଥ ସ୍ଥାନରେ ରହିଛି । ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଭଲ କରିଆସୁଛି । ତେଣୁ କୌଣସି ବି ବିରୋଧୀ ଟିମ୍‌କୁ ଚକ୍‌ମା ଦେବାରେ ମାହିର ରୁତୁରାଜ ବାହିନୀ । ତେବେ ଦେଖାଯାଉ ଆଜିର ମ୍ୟାଚ୍‌ରେ ବିଜୟୀ ପାଇଁ ଚେନ୍ନାଇ କି ପ୍ରକାର ରଣନୀତି କରୁଛି । କାହିଁକି ନା ଏହି ବିଜୟ ପରେ ଚେନ୍ନାଇ ପ୍ଲେ-ଅପ୍‌ ରେସ୍‌ ଆଉ ପାଦେ ଆଗକୁ ବଢାଇବ । 

ସେହିପରି ଚଳିତ ସିଜିନ୍‌ ପଞ୍ଜାବ ସୁପର କିଙ୍ଗସ ପାଇଁ ସେତେଟେ ଭଲ ନାହିଁ । ଦଳ ବର୍ତ୍ତମାନ ଯାଏଁ ୯ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୩ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଯାହାଫଳରେ ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୮ମ ସ୍ଥାନରେ ରହିଛି । ପ୍ଲେ-ଅପ୍‌ ରେସ୍‌ରୁ ଏକପ୍ରକାର ବିଦା ହୋଇସାରିଲାଣି ପଞ୍ଜାବ କିଙ୍ଗସ୍‌ । ହେଲେ ଶେଷ ମ୍ୟାଚ୍‌ରେ ଟିମ୍‌ ଯେପରି ଭାବେ ପ୍ରଦର୍ଶନ କରିଥିଲା । ତାହା ବେଶ୍‌ ରୋମାଞ୍ଚକର ଥିଲା । ତେଣୁ ଦେଖାଯାଉ ଆଜିର ମ୍ୟାଚ୍‌ରେ କିପରି ପ୍ରଦର୍ଶନ କରୁଛି ପଞ୍ଜାବ କିଙ୍ଗସ୍‌ । 

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ମୋଟ ୯ଟି ମୁକାବିଲାରୁ ୮ଟିରେ ବିଜୟୀ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ମୋଟ ୯ଟି ମ୍ୟାଚ୍‌ ଖେଳି ୬ଟିରେ ବିଜୟୀ ହୋଇଛି । ଯାହାଫଳରେ ୧୨  ଅଙ୍କ  ସହ ପଏଣ୍ଟ ଟେବୁଲ୍‌ର ୨ୟ ସ୍ଥାନରେ ରହିଛି । ଏହାପଛକୁ ରହିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ଦଳ ୧୦ଟି ମ୍ୟାଚ୍‌ରେ ୬ଟିରେ ବିଜୟୀ ହୋଇଛି । ଆଉ ୧୨ ପଏଣ୍ଟ ପାଇଁ ତୃତୀୟ ସ୍ଥାନରେ ରହିଛି । ଶେଷରେ ୧୦ ପଏଣ୍ଟ ପାଇଁ ଚତୁର୍ଥ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ମୋଟ ୯ଟି ମୁକାବିଲା ଖେଳି ୫ଟିରେ ବିଜୟୀ ହୋଇଛି ଚେନ୍ନାଇ ।  

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.