ଫାଇନ୍ ପରେ ବି ସୁଧୁରିଲାନି ଆଟିଟ୍ୟୁଡ୍, ଫ୍ଲାଇଂ କିସ୍ ପରେ ଖେଳାଳିଙ୍କୁ କହିଲେ ଆଉଟ୍

Published By : Prameya-News7 Bureau | May 01, 2024 IST

ମୁମ୍ୱାଇ ୦୧/୦୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଆଚରଣ ବିଧି ଉଲ୍ଲଂଘନ। ଥରେ ନୁହେଁ ବାରମ୍ୱାର । ଦୁଇ ଦୁଇ ଥର । ପୂର୍ବରୁ ଫ୍ଲାଇଂ କିସ୍ କରିଥିଲେ ଏବେ କହିଲେ ଆଉଟ୍ ମାନେ ବାହାରିଯାଅ । ଫଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବୋଲର ହର୍ଷିତ ରାଣାଙ୍କୁ ଏପ୍ରିଲ୍ ୩୦ରେ ପଡିଛି ବଡ ଜରିମାନା । 

କୋଲକାତାର ଇଡେନ୍ ଗାର୍ଡେନ୍ସରେ ଦିଲ୍ଲୀ ରାଜଧାନୀ ବିପକ୍ଷ ମ୍ୟାଚ୍ ସମୟରେ ହର୍ଷିତ ରାଣାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୧୦୦% ଜରିମାନା କରାଯାଇଛି । କେବଳ ଏତିକି ନୁହେଁ ହର୍ଷିତଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ମଧ୍ୟ ବ୍ୟାନ୍ କରାଯାଇଛି । ଆଇପିଏଲ ଆଚରଣ ସଂହିତାର ଧାରା ୨.୫ ଅନୁଯାୟୀ ହର୍ଷିତ ରାଣା ବହୁତ ବଡ ଅପରାଧ କରିଛନ୍ତି । ସେ ନିଜ ଭୁଲକୁ ସ୍ୱୀକାର କରି ମ୍ୟାଚ୍ ରେଫରିଙ୍କ ନିଷ୍ପତ୍ତି ଗ୍ରହଣ କରିଥିଲେ । ଲେଭଲ ୧ ନିୟମ ଭାଙ୍ଗିଥିବାରୁ ମ୍ୟାଚ୍ ରେଫରିଙ୍କ ନିଷ୍ପତ୍ତି ଚୂଡାନ୍ତ ଏବଂ ବାଧ୍ୟତାମୂଳକ ଅଟେ । 

ସୂଚନାଥାଉକି, ଆଇପିଏଲ୍ ଆଚରଣ ସଂହିତାର ସମାନ ସ୍ତର ଏବଂ ବିଭାଗ ଅଧୀନରେ ରାଣାଙ୍କୁ ପୂର୍ବରୁ ଦଣ୍ଡିତ କରାଯାଇଛି । କାରଣ ପୂର୍ବରୁ ବି ଗୋଟିଏ ମ୍ୟାଚ୍‌ରେ ସେ ହାଇଦ୍ରାବାଦର ଜଣେ ଖେଳାଳିଙ୍କ ଆଉଟ୍ ହେବା ପରେ ସେ ଫ୍ଲାଇଂ କିସ୍ ଦେଇଥିଲେ । 

୨୨ ବର୍ଷୀୟ ଦ୍ରୁତ ବୋଲର ହର୍ଷିତ ରାଣା ୨୦୨୨ ମସିହାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଡେବ୍ୟୁ କରିଥିଲେ । ସେବେଠାରୁ ସେ ଆଇପିଏଲରେ ମୋଟ ୧୬ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୯.୪୪ ଇକୋନୋମିରେ ବୋଲିଂ କରୁଥିବାବେଳେ ୧୭ଟି ୱିକେଟ୍ ନେଇଛନ୍ତି । 

କୋଲକାତା ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ ରାଜଧାନୀ ମଧ୍ୟରେ ଆଇପିଏଲ୍ ୨୦୨୪ ର ୪୭ ତମ ମ୍ୟାଚ୍ ଖେଳାଯାଇଥିଲା । କୋଲକାତା ଏହି ମ୍ୟାଚକୁ ସହଜରେ ଜିତିଥିଲା । କୋଲକାତା ଦିଲ୍ଲୀକୁ ୭ ୱିକେଟରେ ପରାସ୍ତ କରିଛି । ଦିଲ୍ଲୀ ରାଜଧାନୀ ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । 

୨୦ ଓଭରରେ ୯ ୱିକେଟ୍ ପାଇଁ ଦିଲ୍ଲୀ ୧୫୩ ରନ୍ ସଂଗ୍ରହ କରିଥିଲା । କେକେଆର୍ ୧୬.୩ ଓଭରରେ ୧୫୪ ରନ୍ ଲକ୍ଷ୍ୟ ହାସଲ କରିଥିଲା । ବର୍ତ୍ତମାନ ପ୍ଲେ ଅଫ୍ ଯୋଗ୍ୟତା ପାଇବା ପାଇଁ ଦିଲ୍ଲୀ ରାଜଧାନୀକୁ ଏଠାରୁ ପ୍ରାୟ ପ୍ରତ୍ୟେକ ମ୍ୟାଚ୍ ଜିତିବାକୁ ପଡିବ । ଯେଉଁଠାରେ KKR ୧୨ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.