ଭଦ୍ରକରେ ପ୍ରାର୍ଥୀଙ୍କ ଜନସେବା : ପ୍ରଚାର ବେଳେ ଉଠାଇଲେ ଶ୍ରଦ୍ଧାଳୁଙ୍କ ପତ୍ର, ରୋଗୀଙ୍କ ପାଇଁ ଲେଖିଲେ ପ୍ରେସକ୍ରିପସନ

Published By : Prameya-News7 Bureau | May 01, 2024 IST

ଭଦ୍ରକ ୧।୫: ନିର୍ବାଚନୀ ବୈତରଣୀ ପାର ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି ପ୍ରାର୍ଥୀ । ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରହିଛି । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଡକ୍ଟର ସଞ୍ଜୟ ଦାସ ମଧ୍ୟ ଜୋରଦାର ପ୍ରଚାର କରିଛନ୍ତି । ଏହି ପ୍ରଚାର ସମୟରେ ଆୟୋଜିତ ଅଷ୍ଟପ୍ରହରୀ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ ପରେ ପତ୍ର ଉଠାଉଥିବା ଦୃଶ୍ୟ ଦେଖିବା ପାଇଁ ମିଳିଛି । 

ଏମିତି କି ଅନେକ ସମୟରେ ପ୍ରଚାର ବେଳେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ମେଡ଼ିସିନ ମଧ୍ୟ ଲେଖୁଛନ୍ତି । ତେବେ ବ୍ଲକ ବିଜେଡି ସଭାପତି କହିଛନ୍ତି ଯେ, ଏହା ନିତିଦିନିଆ ଘଟଣା । ପେସାରେ ଡାକ୍ତର ହୋଇଥିବାରୁ ଲୋକେ ଆସୁଛନ୍ତି ଓ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସ ସ୍ୱାସ୍ଥ୍ୟସେବା ମଧ୍ୟ ଯୋଗାଇ ଦେଉଛନ୍ତି । ଡକ୍ତର ସଞ୍ଜୟ ଦାସଙ୍କ କହିବା କଥା ଯେ ଶ୍ରଦ୍ଧାଳୁଙ୍କ ପତ୍ର ଉଠାଇବା ନୂଆ କଥା ନୁହେଁ । ଗାଁରେ ଏହି ଘଟଣା ସବୁ ଦିନିଆ, କିନ୍ତୁ ପ୍ରାର୍ଥୀ ହେବା ପରେ ଚର୍ଚ୍ଚା ହେଉଛି ।

You Can Read :

କଂଗ୍ରେସକୁ ବାଏ ବାଏ କଲେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ଟିକେଟ୍ ନମିଳିବାରୁ ଥିଲେ ଅସନ୍ତୁଷ୍ଟ 

  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.