କଂଗ୍ରେସକୁ ବାଏ ବାଏ କଲେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ଟିକେଟ୍ ନମିଳିବାରୁ ଥିଲେ ଅସନ୍ତୁଷ୍ଟ

Published By : Prameya-News7 Bureau | May 01, 2024 IST

ସୋନପୁର ୧।୫: କଂଗ୍ରେସକୁ ଝଟକା, ପୁଣି ଦଳ ଛାଡିଲେ ବରିଷ୍ଠ ନେତା । ଆଜି କଂଗ୍ରେସ ଛାଡିଛନ୍ତି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର କାମଚଳା ଜିଲ୍ଲା ସଭାପତି ବିନୋଦ ପାତ୍ର । ବୀରମହାରାଜପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଟିକେଟ୍ ପାଇଁ ଥିଲେ ଆଶାୟୀ । ଦଳ ଟିକେଟ୍ ନଦେବାରୁ କଂଗ୍ରେସ ଛାଡିଥିବା ସୂଚନା । ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିନୋଦ । ତାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟ  ବୁଧବାର କଂଗ୍ରେସକୁ ବାଏ ବାଏ କରିଛନ୍ତି । 

ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୋତେ ଟିକେଟ୍ ଦେଇନଥିବା ବେଳେ ତାଙ୍କ ପାଇଁ ଦଳ ନୁହେଁ ସ୍ବାର୍ଥ ବଡ ବୋଲି କହିଛନ୍ତି । ମୋତେ ପୂର୍ବରୁ ଟିକେଟ୍ ଦିଆଯିବ ବୋଲି କୁହାଯାଇଥିଲା । ସେଥିପାଇଁ ମୁଁ ଦଳର ସଂଗଠନ କାମ କରୁଥିଳି ହେଲେ ଶେଷରେ ମୋ ବଦଳରେ ନୂଆ ଲୋକଙ୍କୁ ଟିକେଟ୍ ଦେଇଛନ୍ତି ବୋଲି ସେ କହିଛନ୍ତି । ତେବେ ଆଗକୁ କେଉଁ ଦଳକୁ ଯିବେ ଏଯାଏଁ ନିଷ୍ପତ୍ତି ନେଇ ନାହାନ୍ତି । ସେ ବିଭିନ୍ନ ସମୟରେ ଜିଲ୍ଲା ସଭାପତି ଭଳି ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ଥିଲେ ଏବଂ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ ।

You Can Read :

ଜଣେ ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ସର୍ବାଧିକ ୪୦ଲକ୍ଷ ଟଙ୍କା, ଚେକ୍ କିମ୍ବା ୟୁପିଆଇ ଜରିଆରେ ୧୦ ହଜାରରୁ ଅଧିକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.