ଷ୍ଟୋଇନିସଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ୪ ଓ୍ଵିକେଟ୍‌ରେ ଲକ୍ଷ୍ନୌ ବିଜୟୀ, ପ୍ଲେଅଫ୍ରୁ ମୁମ୍ବାଇ ବାଦ୍ !

Published By : Prameya-News7 Bureau | April 30, 2024 IST

Aajtak

ଲକ୍ଷ୍ନୌ: ମାର୍କସ ଷ୍ଟୋଇନିସଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମରେ ନିଜ ଘରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ। ଆଇପିଏଲ୍‌ର ୪୮ତମ ମୁକାବିଲାକୁ ୪ ଓ୍ଵିକେଟ୍‌ରେ ଜିତି ନିଜର ପ୍ଲେ ଅଫ୍ ସ୍ଥାନ ମଜବୁତ କରିଛି ଲକ୍ଷ୍ନୌ। ମୁମ୍ବାଇ ଦ୍ଵାରା ଧାର୍ଯ୍ୟ ୧୪୫ ରନ ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ମାର୍କସ ଷ୍ଟୋଇନିସଙ୍କ ୬୨ ରନ ଇନିଂସ ବଳରେ ୧୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଅଧିନାୟକ କେଏଲ ରାହୁଲ ୨୮ ରନ କରିଛନ୍ତି। ଲକ୍ଷ୍ନୌ ବୋଲରଙ୍କ ଶାଣିତ ବୋଲିଂ   ଯୋଗୁଁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୭ ଓ୍ଵିକେଟ୍ ହରାଇ ୧୪୪ ରନରେ ସୀମିତ ରହିଥିଲା।। ଦଳପକ୍ଷରୁ ନେହଲ ଓ୍ଵଧେରା ୪୬ ରନ ଓ ଇଶାନ କିଶନ ୩୨ ରନ ଓ  ଟିମ୍ ଡେଭିଡ୍ ୩୫ ରନର ଦ୍ରୁତ ଇନିଂସ ଖେଳିଥିଲେ। ହ୍ୟାଟ୍ରିକ  ପରାଜୟ ସହ ଚଳିତ ସିଜିନରେ ସପ୍ତମ ପରାଜୟ ସହ ମୁମ୍ବାଇ ଆପାତଃ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି।

Also read: ଏହି ନିୟମର ପରିଣାମ ଭୋଗିଲେ ରିଙ୍କୁ ସିଂ, ମିଳିଲାନି ଟି-୨୦ ବିଶ୍ଵକପ୍ ଦଳରେ ସ୍ଥାନ 

୧୪୫ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌକୁ ୧ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ କେଏଲ ରାହୁଲ ଓ ମାର୍କସ ଷ୍ଟୋଇନିସ କ୍ରିଜରେ ଜମି  ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୮ ରନ ଯୋଡ଼ି ବିଜୟ ପାଇଁ  ମୂଳଦୁଆ ପକାଇଥିଲେ। କେଏଲ ୨୨ ରନ କରି ପାଭିଲିୟନ ଫେରିଥିଲେ। ଦୀପକ ହୁଡ୍ଡା(୧୮) ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ତେବେ ଷ୍ଟୋଇନିସ୍ ଲଢୁଆ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୫ ବଲ୍‌ରୁ ୭ ଚୌକା ଓ ୨ ଛକା ସହ ୬୨ ରନ କରି ଆଉଟ୍ ହୋଇଥିଲେ।  

ଲକ୍ଷ୍ନୌ ଶେଷ ଆଡ଼କୁ ୪ ଓ୍ଵିକେଟ୍ ହରାଇବାରୁ କିଛି ସମୟ ମ୍ୟାଚ୍ ରୋମାଞ୍ଚକ ମୋଡ଼ ନେଇଥିଲା। ଆଷ୍ଟନ ଟର୍ଣ୍ଣର(୫) ଓ ଆୟୁଷ ବାଦୋନୀ(୬) ଆଉଟ୍ ହୋଇଥିଲେ। ତେବେ ନିକୋଲାସ ପୂରନ(୧୪) ଅପରାଜିତ ରହି ଦଳକୁ ୧୯.୨ ଓଭରରେ ଜିତାଇଥିଲେ। ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୨୬ ରନ ଦେଇ ୨ଟି ସଫଳତା ହାସଲ କରିଛନ୍ତି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.