ବିଜେପିର ୨୧ ଜଣିଆ ପ୍ରାର୍ଥୀ ତାଲିକା : ୪ ଦଳଡିଆଁଙ୍କୁ ସୁଯୋଗ, ୩ ରିପିଟ୍..୧୬ ନୂଆ ମୁହଁ

Published By : Prameya-News7 Bureau | April 16, 2024 IST

ଭୁବନେଶ୍ୱର ୧୬।୦୪ : ପ୍ରକାଶ ପାଇଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ପ୍ରଥମେ ୧୧୨ ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ଏବେ ୨୧ ଜଣିଆ ତାଲିକା ଘୋଷଣା କରିଛି ଦଳ । ତେବେ ଏହି ୨୧ ଜଣିଆ ପ୍ରାର୍ଥୀଙ୍କ ମଧ୍ୟରେ ୩ ଜଣଙ୍କୁ ରିପିଟ୍‌ କରାଯାଇଛି । 

ରାୟଗଡ଼ା ଆସନରୁ ବସନ୍ତକୁମାର ଉଲାକ, ମୋହନାରୁ ପ୍ରଶାନ୍ତ ମଲ୍ଲିକ ଏବଂ କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁଙ୍କ ରିପିଟ୍‌ କରିଛି ଦଳ । ପୂର୍ବ ନିର୍ବାଚନରେ ଏହିମାନେ ହିଁ ଦଳୀୟ ଟିକେଟ୍‌ରୁ ନିର୍ବାଚନ ଲଢିଥିଲେ। ଏଥର ବି ଦଳ ଏମାନଙ୍କୁ ଦେଇଛି ସୁଯୋଗ । 

ସେହିପରି ଦୁଇଟି ଆସନରେ ପ୍ରାର୍ଥୀ ବଦଳାଇଛି ବିଜେପି । ପଟାଙ୍ଗୀରେ ଦଳ ପୂର୍ବରୁ ଟିକେଟ୍‌ ଦେଇଥିବା ଚୈତନ୍ୟ ହନ୍ତାଳଙ୍କ ବଦଳରେ ଚୈତନ୍ୟ ନନ୍ଦିବାଲି ଏବଂ ରଣପୁରରେ ତାପସ ମାର୍ଥାଙ୍କ ସ୍ଥାନରେ ସୁରମା ପାଢୀଙ୍କୁ ଟିକେଟ୍‌ ଦେଇଛି ଦଳ । ଏହି ଦୁଇ ନେତାଙ୍କ ଟିକେଟ୍‌ ବଦଳାଇଛି ବିଜେପି । 

ଅନ୍ୟପଟେ ଦଳ ୧୬ ନୂଆ ମୁହଁଙ୍କୁ ଟିକେଟ୍‌ ଦେଇଥିବା ବେଳେ ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା ୪ ନେତାଙ୍କୁ ପ୍ରାର୍ଥୀ କରିଛି ଦଳ । ବିଜେପି ଏମାନଙ୍କ ଉପରେ କରିଛି ଭରସା । ତେବେ ବିଜେଡିରୁ ଆସି ବିଜେପି ଟିକେଟ୍‌ ହାତେଇଥିବା ନେତାମାନେ ହେଲେ ଚିତ୍ରକୋଣ୍ଡାରୁ ଡମ୍ବରୁ ସିସା, ସାରସକଣାରୁ ଭାଦବ ହାଁସଦା, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା ରହିଛନ୍ତି । 

ଆସିଲା ବିଜେପିର ୨୧ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା, ରାଉରକେଲାରୁ ଦିଲ୍ଲୀପ ରାୟ

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.