ଜେଡିଏସ୍ ବିଧାୟକ କହିଲେ-୧୯ MLA ବଡ଼ ନା... ପ୍ରଜ୍ୱଳ ରେଭନ୍ନାଙ୍କୁ ପାର୍ଟିରୁ ବହିଷ୍କାର ଦାବି ବଢିଲା

Published By : Prameya-News7 Bureau | April 29, 2024 IST

ବେଙ୍ଗାଲୁରୁ: ସେକ୍ସ ସ୍କାଣ୍ଡାଲ ମାମଲାରେ ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେଭନ୍ନାଙ୍କ ଅଡୁଆ ବଢିବାରେ ଲାଗିଛି । ଏବେ ପାର୍ଟି ନେତା ଏବଂ ବିଧାୟକ ଦୁଅ ଜଣଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି । ଜେଡିଏସ ବିଧାୟକ ସମୃଦ୍ଧି ମଞ୍ଜୁନାଥ ସେକ୍ସ ସ୍କାଣ୍ଡାଲରେ ନାଁ ଆସିଥିବା ପ୍ରଜ୍ୱଳଙ୍କ ସହ ତାଙ୍କ ବାପା ଏଚଡି ରେଭନ୍ନାଙ୍କୁ ପାର୍ଟିରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ।  

ଜେଡିଏସ ସାଂସଦ ପ୍ରଜ୍ୱଳ ରେଭନ୍ନାଙ୍କ ବିରୋଧରେ ପୂର୍ବତନ ଗୃହ ସହାୟିକା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହାପରେ ରବିବାର ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ରାଜ୍ୟ ସରକାର ଏସଆଇଟି ଗଠନ କରି ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି । ସେପଟେ ଜେଡିଏସ ବିଧାୟକ ମଞ୍ଜୁନାଥ ୨୪ ଘଣ୍ଟା ଭିତରେ ଦୁଇ ଜଣଙ୍କୁ ଦଳରୁ ବହିଷ୍କାର କରି ପାର୍ଟିର ନୀତ ନୈତିକତାକୁ ରକ୍ଷା କରିବା ସହ ଲୋକଲଜ୍ଜାରୁ ବଞ୍ଚାଇବା ପାଇଁ ଦାବି କରିଛନ୍ତି ।   

ମଞ୍ଜୁନାଥ କହିଛନ୍ତି ଯେ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଦ୍ୱାରା ଦଳୀୟ କର୍ମୀ ଅପବାଦର ସାମନା କରୁଛନ୍ତି । ପାର୍ଟି ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କୁ ଏହି ମାମଲାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଅପିଲ୍ କରିଛନ୍ତି । ସେ କହିଛନ୍ତି ପାର୍ଟିର ଅଧ୍ୟକ୍ଷଙ୍କୁ ନିଷ୍ପତ୍ତି ନେବାର ଅଛି ୧୯ ଜଣ ବିଧାୟକ ବଡ଼ ନା ଏଚଡି ରେଭନ୍ନା ଏବଂ ପ୍ରଜ୍ୱଳ ରେଭନ୍ନା ।

ତେବେ ମଞ୍ଜୁନାଥ ପ୍ରଥମ ବିଧାୟକ ନୁହନ୍ତି ଯିଏ ବାପା-ପୁଅ ଦୁହିଁଙ୍କୁ ଦଳରୁ ବହିଷ୍କାର ପାଇଁ ଦାବି କରିଛନ୍ତି । ଜେଡିଏସ ବିଧାୟକ ଶରଣାଗୌଡ଼ା କାଣ୍ଡପୁର ମଧ୍ୟ ସୋମବାର ଏଚଡି ଦେବେଦୌଡ଼ାଙ୍କୁ ଚିଠି ଲେଖି ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ପାର୍ଟିରୁ ବହିଷ୍କାର ପାଇଁ ଅପିଲ୍ କରିଥିଲେ । ସେ କହିଥିଲେ ଯେ ସେକ୍ସ ସ୍କାଣ୍ଡାଲ ଭିଡିଓ ଭାଇରାଲ ପରେ ପାର୍ଟିକୁ ଲୋକଲଜ୍ଜାର ସାମନା କରିବାକୁ ପଡ଼ୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.