୩୦୦ ବର୍ଷ ପୁରୁଣ ହନୁମାନ ମନ୍ଦିର ଦର୍ଶନ କଲେ ଅନୁପମ ଖେର, ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ…

Published By : Prameya-News7 Bureau | April 29, 2024 IST

ମୁମ୍ଵାଇ ୨୯।୦୪: ହିନ୍ଦୀ ସିନେମାର ଭେଟେରାନ ଅଭିନେତା ଅନୁପମ ଖେର। ନିକଟରେ ସେ ତାଙ୍କର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓରେ ଅଭିନେତା ହନୁମାନ ମନ୍ଦିରରେ ନଜର ଆସିଛନ୍ତି। ଅନୁପମ ଅହମ୍ମଦାବାଦର ୩୦୦ ବର୍ଷ ପୁରୁଣା ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ। ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଅଭିନେତା ମନ୍ଦିର ପରିଦର୍ଶନ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି।



ଅଭିନେତା ଅନୁପମ ଖେର ଅହମ୍ମଦାବାଦର ୩୦୦ ବର୍ଷ ପୁରୁଣା ହନୁମାନ ମନ୍ଦିର ପରିଦର୍ଶନ କରିଛନ୍ତି। ଏନେଇ ସେ ନଜେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ମନ୍ଦିରର ଇଶ୍ୱରୀୟ ମୂର୍ତ୍ତିର ଝଲକ ଦେଖାଇଛନ୍ତି। ଏଥିରେ ଅଭିନେତା ମନ୍ଦିର ଭିତରେ ପ୍ରାର୍ଥନା କରୁଥିବା ନଜର ଆସିଥିଲେ ଏବଂ ସେ କ୍ୟାପସନରେ ଲେଖିଛନ୍ତି, ଗତକାଲି ଅହମ୍ମଦାବାଦର ୩୦୦ ବର୍ଷ ପୁରୁଣା ହନୁମାନ ମନ୍ଦିରରେ ହନୁମାନ ଜୀଙ୍କର ଦର୍ଶନ କରିଥିଲି। ଏଠାରେ ପୂଜା କରି ମୁଁ ବହୁତ ଖୁସି ଅନୁଭବ କଲି ଏବଂ ଶକ୍ତି ମଧ୍ୟ ପାଇଲି । ଜୟ ହନୁମାନ । ଜୟ ବଜରଙ୍ଗବାଲି । ପୱନସୁତ ହନୁମାନ କି ଜୟ ….

ଏହି ହନୁମାନ ମନ୍ଦିର ହେଉଛି ଦେଶର ସବୁଠାରୁ ବଡ ହନୁମାନ ମନ୍ଦିର । ଅନୁପମ ଖେର ତାଙ୍କର ଆଗାମୀ ନିର୍ଦ୍ଦେଶିତ ଚଳଚ୍ଚିତ୍ର ତାନଭି ଦି ଗ୍ରେଟର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ପ୍ରୋଜେକ୍ଟ ପ୍ରାୟ ଦୁଇ ଦଶନ୍ଧି ପରେ ନିର୍ଦ୍ଦେଶକଙ୍କ ରୂପରେ ଫେରିଛନ୍ତି। ନିର୍ଦ୍ଦେଶକ ଭାବରେ ଅନୁପମଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଓମ ଜୟ ଜଗଦୀଶ। ଯେଉଁଥିରେ ଅନିଲ କପୁର, ଅଭିଷେକ ବଚ୍ଚନ ଏବଂ ଫରଦୀନ ଖାନ ଅଭିନୟ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.