ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଲକ୍ଷ ଲକ୍ଷ ଚାକିରି ଉଭାନ ହୋଇଯିବ, ଆଉ ବେରୋଜଗାରୀ ହୋଇଯିବେ ଲୋକେ। ଏଭଳି ଚେତାବନୀ ଦେଇଛନ୍ତି ଜିରୋଧା ସହ ସଂସ୍ଥାପକ ନିଖିଲ କାମାଥ। ସେ କହିଛନ୍ତି ଯେ ବିଶ୍ୱ ନିଯୁକ୍ତି ବଜାର ଏକ ବଡ଼ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛି। ତେଣୁ ପୁରୁଣା କଲେଜ ଡିଗ୍ରୀ ରଖି କିଛି ନୂଆ ଶିଖାବାର ଆଗ୍ରହ ପ୍ରକାଶଳ କରୁନଥିବା କର୍ମଚାରୀମାନେ ପଛରେ ପଡ଼ିଯାଇପାରନ୍ତି ବୋଲି ସେ ଚେତାବନୀ ଦେଇଛନ୍ତି।
ବିଶ୍ୱ ଅର୍ଥନୈତିକ ଫୋରମ୍ (WEF) କରିଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ୨୦୩୦ ସୁଦ୍ଧା ୯୨ ମିଲିଅନ ଚାକିରି ଉଭାନ ହୋଇଯିବ। ସେହି ସମୟରେ ୧୭୦ ମିଲିଅନ ନୂଆ ଚାକିରି ସୃଷ୍ଟି ହେବ। ଏହା ଫଳରେ ୭୮ ନିୟୁତ ଚାକିରିର ନିଟ୍ ଲାଭ ହେବ। କିନ୍ତୁ ଯେଉଁମାନେ ସମୟ ସହିତ ଖାପ ଖୁଆଇ ନିଜ ଶିକ୍ଷାର ବିକାଶ କରିବେ ସେମାନେ ହିଁ ଏହି ରେସ୍ରେ ରହିପରିବେ ବୋଲି କାମାଥ କହିଛନ୍ତି।
କାମଥଙ୍କ ଅନୁସାରେ, ଅପଡେଟ୍ ରହିବାକୁ ହେଲେ ପାରମ୍ପରିକ ୪ ବର୍ଷର କଲେଜ ପାଠ୍ୟକ୍ରମ ଆଉ ଯଥେଷ୍ଟ ନୁହେଁ। ସମୟ ସହିତ ନୂଆ ନୂଆ ଶିକ୍ଷା ଓ ଏବଂ ନିୟମିତ ନିଜର ଦକ୍ଷତା ବୃଦ୍ଧି କରିବା ବର୍ତ୍ତମାନ ସମୟ ପାଇଁ ବେଶ ଜରୁରୀ। କୃଷି କ୍ଷେତ୍ରରେ ଗ୍ରୀନ ଜବ ୩୪ ମିଲିଅନରୁ ଅଧିକ ନୂଆ ଭୂମିକା ସୃଷ୍ଟି କରିବ। ସେହିପରି ଆଜିର ସମାଜରେ ଡିଜିଟାଲ୍ ଲିଭିଂ ସଫ୍ଟୱେର୍ ଡେଭଲପର ଏବଂ ଡେଲିଭରି କର୍ମଚାରୀଙ୍କ ଚାହିଦାକୁ ବୃଦ୍ଧି କରିବ। କିନ୍ତୁ ଅଟୋମେସନ ଯୋଗୁ କ୍ୟାସିୟର, କ୍ଲର୍କ ଏବଂ ସଚିବ ଭଳି ଚାକିରି ବିପଦରେ ପଡ଼ିଯିବ ବୋଲି କାମାଥ ଆକଳନ କରୁଛନ୍ତି।
ଟେକ୍ନୋଲୋଜୀ ଯୋଗୁ କାମ କରିବାର ପଦ୍ଧତି ପରିବର୍ତ୍ତନ ହେଉଛି। ଟେକ୍ନୋଲୋଜୀ ସାହାଯ୍ୟରେ ଆଜି ୨୨ ପ୍ରତିଶତ କାର୍ଯ୍ୟ ପରିଚାଳନା ହେଉଥିବା ବେଳେ ୨୦୩୦ ମସିହାରେ, ଏହା ୩୪ ପ୍ରତିଶତ କାର୍ଯ୍ୟ ପରିଚାଳନା କରିବ। କେବଳ ମଣିଷ ଦ୍ୱାରା କରାଯାଉଥିବା କାର୍ଯ୍ୟର ଅଂଶ ୩୩ ପ୍ରତିଶତକୁ ହ୍ରାସ ପାଇବ। ବାକି ୩୩ ପ୍ରତିଶତ କାର୍ଯ୍ୟ ମାନବ ଏବଂ ଟେକ୍ନୋଲୋଜୀ ପ୍ରୟାସର ମିଶ୍ରଣ ମାଧ୍ୟମରେ ପରିଚାଳନା କରାଯିବ।
ଏହାର ଜବାବରେ, ୭୭ ପ୍ରତିଶତ କମ୍ପାନୀ ସେମାନଙ୍କର କର୍ମଚାରୀମାନଙ୍କୁ ପୁନଃ ତାଲିମ ଦେବାକୁ ଯୋଜନା କରୁଛନ୍ତି। ପ୍ରାୟ ୬୯ ପ୍ରତିଶତ ମଧ୍ୟ ଏଆଇ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେବାକୁ ଚାହାଁନ୍ତି। ସେହିପରି ୪୧ ପ୍ରତିଶତ କହିଛନ୍ତି ଯେ ସେମାନେ ସ୍ୱୟଂଚାଳିତ ହୋଇପାରୁଥିବା ଚାକିରିଗୁଡ଼ିକୁ ହଟାଇ ଦେବେ।
୨୦୩୦ ସୁଦ୍ଧା ଆବଶ୍ୟକ ହେଉଥିବା ଦକ୍ଷତା ମଧ୍ୟରେ ଏଆଇ, ବିଗ ଡାଟା, ସାଇବର ସୁରକ୍ଷା, କ୍ରିଏଟିଭିଟ ଥିଙ୍କିଙ୍ଗ୍ ଏବଂ ପରିବେଶ ପ୍ରତି ଯତ୍ନ ନେବା ଆଦି ରହିଛି। କିନ୍ତୁ ଆଜି ୩୯ ପ୍ରତିଶତ ଶ୍ରମିକମାନେ ଯେଉଁ ଦକ୍ଷତାର ସହ କାମ କରୁଛନ୍ତି ସେଗୁଡ଼ିକ ଦିନେ ପୁରୁଣା ଓ ଅଚଳ ହୋଇଯାଇପାରେ। କାମଥ ଏହାକୁ ଏକ ସତର୍କ ଘଣ୍ଟି ବୋଲି କହିଛନ୍ତି। "ଆପଣ ଏକ ଦଶନ୍ଧି ପୂର୍ବେ ଯାହା ଶିଖିଥିଲେ ତାହା ଉପରେ ଭରସା କରିପାରିବେ ନାହିଁ ବୋଲି ସେ କହିଛନ୍ତି।
ଦକ୍ଷତା ଅଭାବ ଯୋଗୁ ପୂର୍ବରୁ ହିଁ ୬୩ ପ୍ରତିଶତ ବ୍ୟବସାୟକୁ କ୍ଷତି ହେଉଛି। ତଥାପି, କେବଳ ୫୯ ପ୍ରତିଶତ କର୍ମଚାରୀଙ୍କୁ ତାଲିମ ଦିଆଯିବାର ଆଶା କରାଯାଉଛି। ଏହାର ଅର୍ଥ ହେଉଛି ୪୧ ପ୍ରତିଶତ ପଛରେ ରହିଯାଇପାରନ୍ତି। ଯେଉଁଥିରେ ୧୧ ପ୍ରତିଶତ ଏପରି ଅଛନ୍ତି ଯେଉଁମାନେ କୌଣସି ତାଲିମ ପାଇବେ ନାହିଁ।
ବିବିଧତା ଲକ୍ଷ୍ୟ କମ୍ପାନୀଗୁଡ଼ିକ ନିଯୁକ୍ତି ଦେବାର ପଦ୍ଧତିକୁ ମଧ୍ୟ ପରିବର୍ତ୍ତନ କରୁଛି। ଭାରତରେ, ୯୫ ପ୍ରତିଶତ ନିଯୁକ୍ତିଦାତା ବିବିଧତା, ସମାନତା ଏବଂ ସମ୍ମିଳିତ (DEI)(ଇନକ୍ଲୁଜନ) ଲକ୍ଷ୍ୟ ସ୍ଥିର କରିଛନ୍ତି। ବିଶ୍ୱବ୍ୟାପୀ, ପ୍ରୟାସଗୁଡ଼ିକ ମହିଳା (୭୬ ପ୍ରତିଶତ), ଭିନ୍ନକ୍ଷମ (୫୬ ପ୍ରତିଶତ) ଏବଂ ଜେନ ଜେଡ (୫୨ ପ୍ରତିଶତ) ଉପରେ କେନ୍ଦ୍ରିତ ରହିଛି। ଯଦିଓ ୭୫ ପ୍ରତିଶତ କମ୍ପାନୀଙ୍କର ବିଶ୍ୱାସ ଯେ ସେମାନେ ଆଭ୍ୟନ୍ତରୀଣ ଭାବରେ ପ୍ରତିଭା ବୃଦ୍ଧି କରିପାରିବେ। ତେବେ ୩୮ ପ୍ରତିଶତ ନୂଆ ନିଯୁକ୍ତିଦାତାଙ୍କ ଦକ୍ଷତା ବିଷୟରେ ଅନିଶ୍ଚିତ ଅଛନ୍ତି। ତେବେ ଏସବୁ ଭିତରେ କାମାଥଙ୍କ ସ୍ପଷ୍ଟ ଚେତାବନୀ ସମୟ ସହ ତାଳ ଦେଇ ଚାଲ ନହେଲେ ପଛରେ ପଡ଼ିଯିବ।