News7 Logo

ରୁଷ୍‌ର ହାଇପରସୋନିକ୍ ମିସାଇଲ ଟେଷ୍ଟ୍‌ରେ ଥରିଲା ବିଶ୍ୱ, ଶବ୍ଦର ଗତି ଅପେକ୍ଷା ୯ଗୁଣ ଅଧିକ, ନାଁ ‘ଜିରକୋନ’

NEWS7
-

ନୂଆଦିଲ୍ଲୀ -ରୁଷ୍‌ ପୁଣି ଥରେ ନିଜ ସାମରିକ ଶକ୍ତିରେ ବିଶ୍ୱକୁ ଅନୁଭବ କରାଇ ଦେଇଛି। ସାମରିକ ଅଭ୍ୟାସ ବେଳେ ରୁଷ୍‌ ନିଜର ସବୁଠୁ ଘାତକ ଅସ୍ତ୍ର ମଧ୍ୟରୁ ଗୋଟିଏ ହାଇପରସୋନିକ୍‌ ଜିରକୋନ୍‌ ମିସାଇଲର ଟେଷ୍ଟ କରିଛି। ଏହି ମିସାଇଲର ଗତି ଧ୍ୱନି ଠାରୁ ୯ ଗୁଣ ଅଧିକ, ଯାହାକୁ ରୋକିବା ପ୍ରାୟ ଅସମ୍ଭବ ମନେକରାଯାଉଛି। କୁହାଯାଉଛି ଯେ, ଏହି ମିସାଇଲ କୌଣସି ବି ଦେଶର ନକ୍ସା ବଦଳାଇବାର କ୍ଷମତା ରଖିଥାଏ। ରୁଷ୍‌ ରବିବାର କହିଛି ଯେ, ସେ ବେରେଣ୍ଟସ ସାଗରରେ ଗୋଟିଏ ଟାର୍ଗେଟ୍‌ରେ ଜିରକୋନ( ତ୍ସିରକୋନ) ହାଇପରସୋନିକ୍‌ କ୍ରୁଜ୍‌ ମିସାଇଲ ନିକ୍ଷେପ କରିଛି ଏବଂ ସୁଖୋଇ ଏସୟୁ-୩୪ ସୁପରସୋନିକ ଫାଇଟର- ବୋମାବର୍ଷକ ବେଲାରୁଷ୍‌ ସହ ମିଳିତ ସାମରିକ ଅଭ୍ୟାସର ଅଂଶ ଭାବେ ଆକ୍ରମଣ କରିଛି।

ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ନର୍ଦର୍ଣ୍ଣ ଫ୍ଲିଟ୍‌ର ଆଡମିରାଲ ଗୋଲୋଭକୋ ଫ୍ରିଗେଟ୍‌ ଦ୍ୱାରା ବେରେଣ୍ଟସ୍‌ ସାଗରରେ ଗୋଟିଏ ଲକ୍ଷ୍ୟ ସ୍ଥଳରେ , ଜିରକୋନ୍ ହାଇପରସୋନିକ୍‌ ମିସାଇଲ ନିକ୍ଷେପ କରାଯିବାର ଫୁଟେଜ୍‌ ଜାରି କରିଛି। ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ, ଫ୍ରିଗେଟ୍‌ରୁ ମିସାଇଲକୁ ଭୂଲମ୍ୱ ଭାବେ ନିକ୍ଷେପ କରାଯାଇ ଥିଲା ଏବଂ ପୁଣି ଏହା ଏକ କୋଣରେ ଦିଗନ୍ତ ଆଡ଼କୁ ଗତି କରି ଥିଲା। ମନ୍ତ୍ରଣାଳୟ କହିଛି ଯେ, ବାସ୍ତବିକ ସମୟରେ ପ୍ରାପ୍ତ ମନିଟରିଂ ଡାଟା ଅନୁସାରେ, ଟାର୍ଗେଟ୍‌କୁ ସିଧାସଳଖ ପ୍ରହାର ଦ୍ୱାରା ନଷ୍ଟ କରି ଦିଆ ଯାଇଛି। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ନର୍ଦର୍ଣ୍ଣ ଫ୍ଲିଟ୍‌ର ମିଶ୍ରିତ ଆଭିଏସନ କୋର୍ପର ଲମ୍ୱା ଦୂରର ବୁଡା ଜାହାଜ ରୋଧି ବିମାନ ଏହି ଅଭ୍ୟାସରେ ସାମିଲ ଥିଲା। ଏହାସହ Su-34ର ଚାଳକ ଦଳ ଭୂମି ଲକ୍ଷ୍ୟ ସ୍ଥଳ ଉପରେ ବୋମାମାଡ଼ ଅଭ୍ୟାସ କରି ଥିଲେ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ , ରୁଷ୍‌ ଓ ବେଲାରୁଷ୍‌ ମଧ୍ୟରେ ‘ ଜାପାଡ୍‌-୨୦୨୫ ’ ବା ପଶ୍ଚିମ ମିଳିତ ରଣନୀତିକ ଅଭ୍ୟାସ ୧୨ ସେପ୍ଟେମ୍ୱରରେ ଆରମ୍ଭ ହୋଇଛି, ଯାହାର ଉଦ୍ଦେଶ୍ୟ ରୁଷ୍‌ ବା ବେଲାରୁଷ୍‌ ଉପରେ ହମଲାର ସ୍ଥିତିରେ ସେନା କମାଣ୍ଡ ଓ ସମନ୍ୱୟକୁ ଉତ୍ତମ କରିବା। ମସ୍କୋ ଓ ମିନସ୍କ ସ୍ପଷ୍ଟ କରିଛନ୍ତି ଯେ, ଏହି ଅଭ୍ୟାସ ସଂପୂର୍ଣ୍ଣ ରୂପେ ରକ୍ଷାତ୍ମକ ଓ ଏହାର କୌଣସି ବି ନାଟୋ ସଦସ୍ୟ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ। ହେଲେ , ଆମେରିକାର ନେତୃତ୍ୱର ସେନା ଗଠବନ୍ଧନ ୯-୧୦ ସେପ୍ଟେମ୍ୱରରେ ପୋଲାଣ୍ଡରେ ରୁଷୀୟ ଡ୍ରୋନ୍‌ର ଅନୁପ୍ରବେଶ ପରେ ଇଷ୍ଟର୍ନ ସେଣ୍ଟ୍ରି ଅପରେସନର ଘୋଷଣା କରିଥିଲା।

କହି ରଖୁଛୁ କି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୧୯ରେ କହି ଥିଲେ ଯେ, ଜିରକୋନ ମିସାଇଲ ଧ୍ୱନିର ଗତିରେ ୯ ଗୁଣ ଅଧିକ ଉଡ଼ାଣ ଭରି ପାରେ ଏବଂ ସମୁଦ୍ର ଓ ଭୂପୃଷ୍ଠରେ ୬୦୦ ମାଇଲ୍‌ରୁ ଅଧିକ ଦୂରତାରେ ଲକ୍ଷକୁ ଭେଦ କରି ପାରେ।ରୁଷୀୟ ମିଡ଼ିଆ ସୂତ୍ରାନୁସାରେ , ଏହି ମିସାଇଲ , ଯାହାକୁ ରୁଷ୍‌ରେ  ୩ ଏମ୍‌ ୨୨ ଜିରକୋନ ଓ ନାଟୋରେ ଏସଏସ-ଏନ-୩୩ର ନାମରେ ଜଣାଯାଏ, ଏହାର ଆକ୍ରମଣାତ୍ମକ କ୍ଷମତା ୪୦୦ରୁ  ୧୦୦୦ କିଲୋମିଟର ଏବଂ ଏହାର ୱାରହେଡ୍‌ ଲୋଡ୍‌ ପାଖାପାଖି ୩୦୦-୪୦୦ କିଲୋଗ୍ରାମ୍‌।