IPL ୨୦୨୫ ସମୟରେ ପୁଅର ବାପା ହେଲେ ଜାହିର ଖାନ, କଣ ରଖିଲେ ନାଁ

Published By : Prameya-News7 Bureau | April 16, 2025 IST

ନୂଆଦିଲ୍ଲୀ ୧୬/୦୪: ପ୍ରତିଟି ମ୍ୟାଚ୍ ସହ ବେଶ୍ ରୋମାଞ୍ଚକର ହେଉଛି IPL ୨୦୨୫ । ବେଶି ବେଶି ଉତ୍ସାହ ବି ବୃଦ୍ଧି ପାଉଛି । କିନ୍ତୁ,ବଢୁଥିବା ଉତ୍ସାହ ଭିତରେ କ୍ରିକେଟରଙ୍କ ଘରେ ଖୁସି ଏବେ ଡବଲ । ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ଲକ୍ଷ୍ନୌର କୋଚ୍ ଥିବା ଜାହିର ଖାନଙ୍କ ଘରେ କୁଆଁ କୁଆଁ ରାବ ଶୁଣିବାକୁ ମିଳିଛି । 

କହିବାକୁ ଗଲେ ସେ ଏବେ ପୁତ୍ର ସନ୍ତାନର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ସାଗରିକା ଘଟଗେ ଖାନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଘରକୁ ଆସିଥିବା ଏହି ଖୁସି ଖବର ମଧ୍ୟରେ, ଆଉ ଏକ ଆକର୍ଷଣୀୟ କଥା ହେଉଛି ଯେ ଜାହିର ଖାନ ତାଙ୍କ ପୁଅର ନାମ ଟିକେ ଭିନ୍ନ।



ଜାହିର ଖାନଙ୍କ ପିତା ହେବାର ଖବର ତାଙ୍କ ପତ୍ନୀ ସାଗରିକା ଘଟଗେଙ୍କ ଇନଷ୍ଟା ପୋଷ୍ଟରୁ ୧୬ ଏପ୍ରିଲ ସକାଳେ ମିଳିଥିଲା । ସାଗରିକା ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ତାଙ୍କ ଘରକୁ ଆସିଛି ଶିଶୁପୁତ୍ର ଆସିଛି । ଯାହାର ନା ଦିଆଯାଇଛି ଫତେହ ସିଂହ ଖାନ।

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.