ପଞ୍ଜାବ ମାଲିକାଣୀଙ୍କ ବଢିଲା ଟେନ୍‌ସନ, ମୁମ୍ୱାଇ ମ୍ୟାଚ୍‌ରେ ଖେଳିବେନି ବେଷ୍ଟ ସ୍ପିନର

Published By : Prameya-News7 Bureau | May 26, 2025 IST

ନୂଆଦିଲ୍ଲୀ, ୨୬/୦୬: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ  ବଡ଼ ଲଢ଼େଇ ପୂର୍ବରୁ ପଞ୍ଜାବ କିଙ୍ଗ୍‌ସକୁ ବଡ଼ ଝଟକା ଲାଗିଛି । ଦଳର ପ୍ରମୁଖ ସ୍ପିନର ୟୁଝବେନ୍ଦ୍ର ଚହଲ ଆହତ  ହୋଇଥିବା ଜଣା ପଡ଼ିଛି । ତାଙ୍କ ମଣିବନ୍ଧରେ ଆଘାତ ଲାଗିଛି । ତେଣୁ ସେ ଆଜି ମ୍ୟାଚ୍‌ ହୁଏତ ଖେଳି ନପାରନ୍ତି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣା ପଡ଼ିଛି ।

ଆଇପିଏଲ୍‌ର ୬୯ତମ ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ  ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ସାମ୍ନାସାମ୍ନି ହେବେ । ଉଭୟ ଦଳ ପ୍ଲେ-ଅଫ୍‌ରେ ସ୍ଥାନ  ପକ୍କା କରି ସାରିଛନ୍ତି । ଆଜି ଯେଉଁ ଦଳ ଜିତିବ ଶୀର୍ଷ ସ୍ଥାନ ଦଖଲ କରିବ ଏବଂ  ପଏଣ୍ଟ ତାଲିକାରେ ପ୍ରଥମ ୨ଟି ଦଳ ମଧ୍ୟରେ ସ୍ଥାନ ପକ୍କା ହୋଇଯିବ । ଫଳରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ । 

ମୁମ୍ବାଇ  ଇଣ୍ଡିଆନ୍ସ ୧୭ଟି ଓ ପଞ୍ଜାବ  କିଙ୍ଗ୍‌ସ ୧୫ଟି ମ୍ୟାଚ୍‌ ଜିତିଛି । ମୁମ୍ବାଇ ଇଣ୍ଡିଆନ୍ସ ସବୁ  ବିଭାଗରେ ଭଲ ପ୍ରଦର୍ଶନ  ଜାରି ରଖିଛି । ସୂର୍ଯ୍ୟକୁମାର ଯାଦବ, ର‌୍ୟାମ୍ନ୍‌ୟ  ରିକେଲଟନ ଓ ୱିଲ ଜ୍ୟାକ୍ସ ଚମତ୍କାର ଫର୍ମରେ  ଅଛନ୍ତି । ରୋହିତ ଶର୍ମା ସଫଳ ହେଲେ ଦଳ  ବିଶାଳ ସ୍କୋର କରିପାରିବ । ବୋଲିଂ ବିଭାଗ  ସୁଦୃଢ଼ ରହିଛି । ଆଜି  ପ୍ରମୁଖ ଫାଷ୍ଟ୍‌  ବୋଲର ଯଶପ୍ରୀତ ବୁମରା ପଞ୍ଜାବ କିଙ୍ଗ୍‌ସ  ବ୍ୟାଟରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବେ । 

ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ ଦୀର୍ଘ ୧୧ବର୍ଷ ପରେ ପ୍ଲେ-ଅଫ୍‌ରେ ପହଞ୍ଚିଛି । ଦଳ ଏକ ସନ୍ତୁଳିତ ଏକାଦଶ ଗଠନ କରିଛି ଏବଂ ପ୍ରତ୍ୟେକ ଖେଳାଳିଙ୍କ ଯୋଗଦାନ ରହୁଛି । ଯୁବ ଓପନର ପ୍ରିୟାଂଶ  ଆର୍ଯ୍ୟ, ପ୍ରଭସିମରସନ ସିଂହ, ଆୟର ଓ ମାର୍କସ ଷ୍ଟଇନିସ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଦଳର ପ୍ରମୁଖ ସ୍ପିନର ୟୁଝବେନ୍ଦ୍ର ଚହଲ ଆହତ  ହୋଇଥିବା ଜଣା ପଡ଼ିଛି । ତାଙ୍କ ମଣିବନ୍ଧରେ ଆଘାତ ଲାଗିଛି ।  ତେଣୁ ସେ ଆଜି ମ୍ୟାଚ୍‌ ହୁଏତ ଖେଳି ନପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.