ଜଳୁଛି ମୁର୍ଶିଦାବାଦ; ଫଟୋ ପୋଷ୍ଟ କରି ଫସିଲେ ୟୁସୁଫ ପଠାନ, କ୍ରିକେଟରଙ୍କ ଉପରେ ବର୍ଷିଲା ବିଜେପି

Published By : Prameya-News7 Bureau | April 13, 2025 IST

ନୂଆଦିଲ୍ଲୀ ୧୩।୦୪; ୱାକଫ୍‌ ଆଇନକୁ ନେଇ ପଶ୍ଚିମବଙ୍ଗରେ ଥମୁନି ହିଂସା । ହିଂସା ନିଆଁରେ ଗଲାଣି ୩ ଜଣଙ୍କ ଜୀବନ । ଏବେ ସୁଦ୍ଧା ଗିରଫ ହେଲେଣି ୧୫୦ ।  ହିଂସା ଯୋଗୁ ୧୮ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ଏହାରି ମଧ୍ୟରେ କ୍ରିକେଟର ତଥା ରାଜନେତା ୟୁସୁଫ୍ ପଠାନ ଏବେ ବିବାଦରେ ଛନ୍ଦି ହେଇଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କୁ ନେଇ ପ୍ରବଳ ଟ୍ରୋଲ୍ କରାଯାଉଥିବାବେଳେ, ଏହାକୁ ନେଇ ରାଜନୀତି ଜୋର ଧରିଛି । 

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଓ୍ୱାକଫ୍ ଆଇନକୁ ନେଇ ହିଂସା ଦେଖିବାକୁ ମିଳିଥିଲା । ଯେଉଁ ମାମଲା କି, ଏବେ କୋର୍ଟରେ ପହଞ୍ଚିଛି । ହେଲେ ଏ ସବୁ ଭିତରେ କିନ୍ତୁ, ବିବାଦରେ ଛନ୍ଦି ହେଇଛନ୍ତି ବରହମପୁର ଆସନରୁ ତୃଣମୂଳ କଂଗ୍ରେସର ସାଂସଦ ଥିବା ୟୁସୁଫ୍ ପଠାନ୍ । ତାଙ୍କର ଗୋଟିଏ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିପାଇଁ ସେ ସମାଲୋଚନାର ଶିକାର ହୋଇଛନ୍ତି। ସାଂସଦ ୟୁସୁଫ୍ ପଠାନ ସୋସିଆଲ୍ ମିଡିଆରେ କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଚା’ର ମଜା ନେଉଥିବାର ଦେଖିବାକୁ ମିଳିଥିଲା। ମୁର୍ଶିଦାବାଦରେ ଦେଖାଦେଇଥିବା ହିଂସା ଭିତରେ ତାଙ୍କର ଏହି ପୋଷ୍ଟକୁ ଲୋକମାନେ ପସନ୍ଦ କରିନାହାଁନ୍ତି ।

ବିଜେପି ଏହି ଘଟଣାରେ ତୃଣମୂଳ ସାଂସଦ ୟୁସୁଫ୍ ପଠାନଙ୍କ ଉପରେ ଟାର୍ଗେଟ୍‌ କରିଥିଲା । ଏହାସହିତ ମମତା ବାନାର୍ଜୀ ସରକାର ପ୍ରାୟୋଜିତ ହିଂସାକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ କରିଥିଲା। କୁହାଯାଇଥିଲା କି ବେଙ୍ଗଲ ଜଳୁଛି କିନ୍ତୁ ସାଂସଦ ସେହି ସମୟରେ ଆରାମରେ ଚା’ ପିଉଛନ୍ତି । ମମତା ବାନାର୍ଜୀ ସରକାର ହିଂସାକୁ ପ୍ରୋତ୍ସାହିତ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ତେବେ ଏ ପର୍ୟ୍ୟନ୍ତ ଏହି ଘଟଣାରେ ୟୁସୁଫ୍ ପଠାନଙ୍କ ପ୍ରତିକ୍ରିୟା ଆସିନାହିଁ । 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.