ବିଜେପିରେ ସାମିଲ ହେଲେ ମନୀଷ କଶ୍ୟପ, ଲଢିବେ ଲୋକସଭା ନିର୍ବାଚନ ?

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ: ବିହାର ରାଜନୀତିକୁ ନେଇ ଜାରି ଥିବା ଚର୍ଚ୍ଚା ଭିତରେ ୟୁଟ୍ୟୁବର ମନୀଷ କଶ୍ୟପ ବିଜେପିରେ ସାମିଲ ହୋଇଛନ୍ତି । ଗୁରୁବାର ସେ ନିଜ ମାଆଙ୍କ ସହ ଦିଲ୍ଲୀ ପହଞ୍ଚିଥିଲେ । ଏହାପରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସାଂସଦ ମନୋଜ ତିୱାରୀ ଏବଂ ଅନିଲ ବାରୁନିଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

ବିଜେପିର ସଦସ୍ୟତା ଗ୍ରହଣ କରିବା ପରେ ମନୀଷ କଶ୍ୟପ କହିଛନ୍ତି ଯେ ଏମାନଙ୍କ ପାଇଁ ହିଁ ମୁଁ ଜେଲରୁ ମୁକୁଲି ପାରିଲି ଏବଂ ମୋ ଜୀବନର ଖାରପ ଦିନ ଶେଷ ହେବ, ଏଥିପାଇଁ ମୁଁ ବିଜେପିରେ ସାମିଲ ହୋଇଛି । ବିହାରକୁ ମଜଭୁତ କରିବାର ଅଛି । ବିଜେପି ସହ ମିଶି ଏବେ ବିହାରକୁ ମଜଭୁତ କରିବି ।

ୟୁଟ୍ୟୁବର ମନୀଷ କଶ୍ୟପ ବିଜେପିରେ ଯୋଗ ଦେବା ଉପରେ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି, 'ତାଙ୍କ ପରି ବ୍ୟକ୍ତି ଯିଏ ଜନତାଙ୍କୁ ସ୍ୱରକୁ ଉଠାଉଛି, ସେ ବିଜେପି ସହ ଅଛନ୍ତି । ମୁଁ ମନୀଷଙ୍କୁ ଜାଣିଛି, ସେ ଗରିବଙ୍କ ଭଲ ଚାହାନ୍ତି ଏବଂ ଗରିବଙ୍କ ଭଲ କରିବା ପାଇଁ ସେ ପିଏମ୍ ମୋଦୀଙ୍କ ସହ ଯୋଡ଼ି ହୋଇଛନ୍ତି । ଆମେ ତାଙ୍କର ଧ୍ୟାନ ରଖିବୁ ଏବଂ ସମ୍ମାନ କରିବୁ ।' 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.