ଡୁଡୁମା ଜଳପ୍ରପାତରେ ଅଘଟଣ: ଭିଡିଓ ସୁଟିଂ ବେଳେ ଭାସିଗଲେ ୟୁଟ୍ୟୁବର

Published By : Prameya-News7 Bureau | August 23, 2025 IST

ଲମତାପୁଟ ୨୩।୮: ଡୁଡୁମା ଜଳପ୍ରପାତରେ ଅଘଟଣ । କୋରାପୁଟ ଲମତାପୁଟ ଡୁଡୁମା ଜଳପ୍ରପାତରେ ଭାସିଗଲେ ଜଣେ ୟୁଟ୍ୟୁବର  l ଡୁଡୁମା ଜଳପ୍ରପାତରୁ ତଳକୁ ଖସିପଡିଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ସାଗର ଟୁଡୁ ଏବଂ କଟକର ଅଭିଜିତ ବେହେରା ମିଶି ଡୁଡୁମା ଜଳପ୍ରପାତ ଉପରେ ଡ୍ରୋନ୍ ସାହାଯ୍ୟରେ ଭିଡିଓ ସୁଟିଂ କରୁଥିଲେ । ସେହି ସମୟରେ ମାଛକୁଣ୍ଡ ଡି.ଡ୍ୟାମ୍‌ର ୭ ନମ୍ବର ଗେଟ୍‌ ଖୋଲିବା ଯୋଗୁଁ ଜଳସ୍ତର ବଢ଼ିଯାଇଥିଲା । ପାଣି ମାଡି ଆସୁଥିବା ଦେଖି ପର୍ଯ୍ୟଟକ ପାଟି କରିବାରୁ ଅଭିଜତ ବେହେରା ପାଣିରୁ ବାହାରି ଆସିଥିଲେ । କିନ୍ତୁ ସାଗର ଟୁଡୁ ଭାସି ଯାଇଥିଲେ l ତେବେ ଡୁଡୁମା ଜଳପ୍ରପାତର ୫୫୦ ଫୁଟ ତଳକୁ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା l ପ୍ରଖର ସ୍ରୋତରେ ସାଗର ନିଖୋଜ ହୋଇଯାଇଥିବା ଜଣା ପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

You Can Read:

ଝରଣାରେ ରିଲ୍ସ କରୁଥିଲେ ଦୁଇ ସାଙ୍ଗ, ପାଣିରେ ବୁଡି ଚାଲିଗଲା ୨ ଜଣଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.