ବାଲିଯାତ୍ରା ୨୦୨୫
LIVE TV

ଦିଲ୍ଲୀ ପ୍ରଦୂଷଣ ବହୁତ ଗମ୍ଭୀର, ମାସ୍କ ବି କାମ ଦେବନି: ସୁପ୍ରିମକୋର୍ଟ

NEWS7
youth-set-on-fire-by-girlfriends-family-critically-hopitalized

ନୂଆଦିଲ୍ଲୀଦିଲ୍ଲୀରେ ପ୍ରଦୂଷଣସମସ୍ୟା ଉତ୍କଟ ହେବାରୁ ଗୁରୁବାର ଏ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। କେବଳ ମାସ୍କ ପିନ୍ଧିଲେ ଯଥେଷ୍ଟ ହେବନି,ବରିଷ୍ଠ ଓକିଲମାନେ ଭର୍ଚୁଆଲ୍ ଭାବରେ ଶୁଣାଣିରେ ଉପସ୍ଥିତ ରହୁନ୍ତୁ ବୋଲି କୋର୍ଟ କହିଛନ୍ତି।ଦିଲ୍ଲୀରେ ପ୍ରଦୂଷଣ ବହୁତ ଗମ୍ଭୀର ସ୍ଥିତିରେ ଥିବାରୁ ଯେଉଠି ଭିଡିଓ କନଫରେନ୍ସିଂର ସୁବିଧା ଥିବ ସେଠାରେ ଓକିଲମାନେ ଭାର୍ଚୁଆଲ୍ ଭାବରେ ଶୁଣାଣି ବେଳେ ଉପସ୍ଥିତ ରହିବାକୁ କୋର୍ଟ କହିଛନ୍ତି।

ଏନେଇ ବିଚାରପତି ପିଏସ୍ ନରସିଂହା ଅସନ୍ତୋଷ ବ୍ୟକ୍ତ କରିବା ସହି ଉଚ୍ଚା ସ୍ୱରରେ ବରିଷ୍ଠ ଓକିଲମାନଙ୍କୁ ସମ୍ବୋଧିତ କରି କହିଛନ୍ତି "ତୁମେ ସମସ୍ତେ ଏଠାରେ କାହିଁକି ଉପସ୍ଥିତ ହେଉଛ?ଆମର ଏକ ଭର୍ଚୁଆଲ୍ ଶୁଣାଣି ସୁବିଧା ଅଛି। ଦୟାକରି ଏହାର ଲାଭ ଉଠାଅ। ଏହି ପ୍ରଦୂଷଣ - ଏକ ପରମାନେଣ୍ଟ କ୍ଷତି କରିବ।ମାସ୍କ ମଧ୍ୟ ଏଥିପାଇଁ ଯଥେଷ୍ଟ ନୁହେଁ। ଏହା ଯଥେଷ୍ଟ ହୋଇପାରିବ ନାହିଁ। ଏନେଇ ଆମେ ମୁଖ୍ୟ ବିଚାରପତିଙ୍କ ସହ ମଧ୍ୟ ଆଲୋଚନା କରିବୁ।

ସେପଟେ ଦିଲ୍ଲୀରେ ଲଗାତର ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ରହିଛି। ଗୁରୁବାର ମଧ୍ୟ ଦିଲ୍ଲୀ ବାୟୁମଣ୍ଢଳରେଧୂଳି ଧୂଆଁରେ ଏକ ପତଳା ଧୂମିଳ ଆସ୍ତରଣ ଘୋଡ଼ାଇ ହୋଇ ରହିଥିଲା। ଆଜି ବି ଏୟାର କ୍ୱାଲିଟି ଇଣ୍ଡେକ୍ସରେ ବାୟୁ ପ୍ରଦୂଷଣ ସିଭିୟର କ୍ୟାଟେଗୋରୀ(ଗମ୍ଭୀର ବର୍ଗ)ରେ ରହିଥିଲା।କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ତଥ୍ୟ ଅନୁଯାୟୀ,ବାୱାନାରେ ସକାଳ ୮ଟାରେ ସର୍ବାଧିକ ବାୟୁ ମାନ ସୂଚକାଙ୍କ (AQI)୪୬୦ ରେକର୍ଡ କରାଯାଇଥିଲା।NSITଦ୍ୱାରକାରେ ସର୍ବନିମ୍ନ ୨୧୬ ରେକର୍ଡ ହୋଇଥିଲା।

ତଥ୍ୟ ଅନୁଯାୟୀ,ଅନେକ ପ୍ରମୁଖ ମନିଟରିଂ ଷ୍ଟେସନରେ ସକାଳ ୮ଟାରେ ଚିନ୍ତାଜନକ ଏକ୍ୟୁଆଇରେକର୍ଡ କରାଯାଇଥିଲା। ଆନନ୍ଦ ବିହାର (୪୩୧),ବାୱାନା (୬୦),ଚାନ୍ଦନୀ ଚୌକ (୪୫୫),ଅଶୋକ ବିହାର (୩୪୮),ନର୍ଥ କ୍ୟାମ୍ପସ ଡିୟୁ(୪୧୪),ଦ୍ୱାରକା ସେକ୍ଟର ୮ (୪୦୦),ଆଇଟିଓ(୪୩୮),ମୁଣ୍ଡକା (୪୩୮),ନରେଲା (୪୩୧) ଏବଂ ରୋହିଣୀ (୪୪୭)।

ଏପଟେ ଦେଶର ରାଜଧାନୀ ବିଷାକ୍ତ ହେଉଥିବା ବେଳେ ଲୋକ ଚରିତ୍ର କିନ୍ତୁ ବଦଳୁ ନାହିଁ। ଶୀତ ଦିନରେ ବାରମ୍ବାର ଫସଲ ଅବଶେଷ(ନଡ଼ା, ପାଳ) ନଜଳାଇବାକୁ ଅନୁରୋଧ ଓ ତାଗିଦ କରିବା ସତ୍ତ୍ୱେ ବି ଲୋକେ ମାନୁ ନାହାନ୍ତି। ତେଣୁ ସୁପ୍ରିମକୋର୍ଟ ବୁଧବାର ପଞ୍ଜାବ ଏବଂ ହରିୟାଣାକୁ ନଡ଼ା ପୋଡ଼ିବା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଟି ରାଜ୍ୟର ପ୍ରତିନିଧିତ୍ୱ କରୁଥିବା ଓକିଲମାନଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ପ୍ରାସଙ୍ଗିକ ତଥ୍ୟ ସଂଗ୍ରହ କରି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିଚାରପତି।