ପ୍ରତିଶୃତି ଦେଇ ପ୍ରତାରଣା, ପ୍ରେମରେ ଧୋକ୍କା ପରେ ଜୀବନ ହାରିଦେଲେ ୨୨ ବର୍ଷୀୟ ପ୍ରେମିକ

Published By : Prameya-News7 Bureau | August 14, 2025 IST

ରାୟଗଡା ୧୪।୦୮ : ପ୍ରେମରେ ମିଳିଲା ପ୍ରତାରଣା । ଜୀବନ ହାରିଦେଲେ ୨୨ ବର୍ଷୀୟ ପ୍ରେମିକ । ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି ରାକେଶ ପରିଡ଼ା । ରାୟଗଡ଼ା ସହର ଥିବା ଡିଏଫ୍‌ଓ କଲୋନୀରୁ ଆସିଛି ଏପରି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । 

h

ମିଳିଥିବା ତଥ୍ୟ ଅନୁସାରେ, ଦୀର୍ଘ ଦିନ ହେବ ଜଣେ ଯୁବତୀଙ୍କ ରାକେଶ ଭଲ ପାଉଥିଲେ । ଏମିତିକି ଉଭୟ ପରିବାରର ଜାଣତରେ ବିବାହ ପାଇଁ ନିଷ୍ପତ୍ତି ମଧ୍ୟ ହୋଇଥିଲା । ହେଲେ କୌଣସି କାରଣବଶତଃ ଦୁହିଁଙ୍କ ସଂପର୍କରେ ଫାଟ ହୋଇଥିଲା । ଏପିରିକି ପ୍ରେମିକା ବାରମ୍ବାର ନିର୍ଯ୍ୟାତନା ଦେଉଥିଲେ । ଶେଷରେ ବାଧ୍ୟରେ ହୋଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିବାକୁ ବି ପଛାଇଲେନି । ପରିବାର ଲୋକ ରାତିରେ ଶୋଇଥିବା ବେଳେ ଘରେ ଲାଗିଥିବା ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଯାହାକୁ ଦେଖି ପରିବାର ଲୋକ ତୁରନ୍ତ ରାୟଗଡ଼ା ଟାଉନ୍‌ ଥାନାକୁ ଖବର ଦେଇଥିଲେ । ଟାଉନ୍‌ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ତେବେ ରାକେଶଙ୍କ ମୃତ୍ୟୁ ପାଇଁ ସେ ଝିଅ ଦାୟୀ ବୋଲି ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ସତ, ହେଲେ ଘଟଣା ସଂପର୍କରେ କୌଣସି ସୂଚନା ଦେଇନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.