ଲଙ୍କାଗୁଣ୍ଡ କାହାଣୀ ମିଛ ! ନିଜେ ନେଇ ପଳାଇଥିଲା ୨ ଲକ୍ଷ, ଗୋଟିଏ ଭୁଲ ପାଇଁ ଧରିଦେଲା ପୋଲିସ

NEWS7
youth-lost-his-life-in-train-near-bhadrak

ଚଣ୍ଡିଖୋଲ: ନିଜେ ଡକାୟତିର ଶିକାର ହୋଇଥିବା କହି ନିଜେ ଫସିଗଲେ ଯୁବକ। ଏଭଳି ଏକ ନାଟକୀୟ ମାମଲା ଆସିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରୁ। ସୂଚନା ଅନୁଯାୟୀ ଜେନାପୁର ଥାନା ଅଧୀନ କବାଟବନ୍ଧ ଅଞ୍ଚଳର ହାଡିବନ୍ଧୁ ବେହେରା ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ନିରଞ୍ଜନ ମଲ୍ଲିକ ପାଖରେ ମ୍ୟାନେଜର ଭାବେ ଚାକିରି କରିଥିଲେ।

ମାଲିକ ନିରଞ୍ଜନ ମଲ୍ଲିକ ମ୍ୟାନେଜରଙ୍କୁ ନଗଦ ଟଙ୍କା ୨ଲକ୍ଷ ୬୫ ହଜାର ଟଙ୍କା ଡିପୋଜିଟ ପାଇଁ କହିଥିଲେ। ଫୋନ୍ ପେରେ ୨୫ହଜାର ଟଙ୍କା ଦେଇଥିଲେ । ହେଲେ ହାଡିବନ୍ଧୁ ବେହେରା ରାସ୍ତା ରେତାଙ୍କୁ ଦୁଇ ଜଣ ଯୁବକ ଲଙ୍କାଗୁଣ୍ଡ ପକାଇ ଟଙ୍କା ନେଇ ଯାଇଥିବା କହିଥିଲେ। ସଙ୍ଗେ ସଙ୍ଗେ ହାଡିବନ୍ଧୁଙ୍କୁ ଧର୍ମଶାଳା ମେଡିକାଲ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ଏ ନେଇ ବ୍ୟବସାୟୀ ଜେନାପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ତଦନ୍ତ ରେ ଯୁବକ ହାଡିବନ୍ଧୁ ସହଯୋଗ ନ କରିବାରୁ ପୋଲିସର ସନ୍ଦେହ ଉପୁଜି ଥିଲା। ପୋଲିସ ଥାନାରେ ଯୁବକଙ୍କୁ ଅଧିକ ପଚରାଉଚରା ପରେ ଯୁବକ ସତ ମାନିଥିଲେ। ନିଜେ ଟଙ୍କା ରଖି ଡକାୟତି ହୋଇଥିବା ନାଟକ ରଚିଥିଲେ। ଯାହାକୁ ନେଇ ପୋଲିସ ହାଡିବନ୍ଧୁ ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ନଗଦ ସମସ୍ତ ଟଙ୍କା ମୋବାଇଲ ଓ ବାଇକ ଜବତ କରିଛି ପୋଲିସ।

also- ଭୂତ ପାଇଁ ଗାଁରେ ପଡୁଥିଲା ତାଟି କବାଟ, ଭୟ ଦୂର ପାଇଁ ପ୍ରଶାସନ କଲା ଏଭଳି କାମ !

ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସମସ୍ତ ଘଟଣାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ତଦନ୍ତ ଜାରି ରହିଥିବା ଯାଜପୁର ଏସଡିପିଓ କହିଛନ୍ତି।