ସଂପର୍କରେ ଲାଗିଲା ରକ୍ତର ଛିଟା : ଘରକୁ ଡାକିଥିଲେ ସାଙ୍ଗ, ହେଲେ ବିଲରେ ହାଣି ଫିଙ୍ଗିଦେଲା

Published By : Prameya-News7 Bureau | July 26, 2025 IST

ଉଦଳା ୨୬।୦୭ : ଦୋସ୍ତିରେ ଲାଗିଲା ରକ୍ତ ଛିଟା । ଘରକୁ ଡ଼ାକି ନେଲା ସାଙ୍ଗ, ଆଉ ବିଲ ହିଡ଼ରେ ବେକକୁ ହାଣି କରିଲା ଲହୁଲୁହାଣ । ହେଲେ ବଞ୍ଚିଗଲା ସାଙ୍ଗ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢୋ ଗାଁରୁ ଆସିଛି ଏମିତି କିଛି ଘଟଣା । 

ଖବର ଅନୁଯାୟୀ, ଗାଁର ଯତୀନ୍ଦ୍ର ପାତ୍ର ଶୁକ୍ରବାର ସଂଧ୍ୟା ସମୟରେ ଘର ପାଖରେ ବସିଥିଲେ । ଏହି ସମୟରେ ଗାଁରେ ତାଙ୍କ ଜଣେ ସାଙ୍ଗ ଆସି ଯତୀନ୍ଦ୍ରଙ୍କୁ ଡାକିଥିଲେ । ଯତୀନ୍ଦ୍ର ତାଙ୍କ ସହିତ ଯାଇଥିବା ବେଳେ ବିଲ ହିଡ଼ ନିକଟରେ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣିଥିଲେ ସାଙ୍ଗ । ପରେ ସେଠାରେ ଫିଙ୍ଗି ଦେଇଥିଲେ । ଏହାପରେ ଗୁରୁତର ଅବସ୍ଥା ଯତୀନ୍ଦ୍ର ବିଲ ଭିତରେ ପଡ଼ି ଚିତ୍କାର କରିଥିଲେ । ଯାହାକୁ ଶୁଣି ଅନ୍ୟ ଲୋକ ଘଟଣାସ୍ଥଳର ପହଞ୍ଚିବାରୁ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ । ଅନ୍ୟପଟେ ଗୁରୁତର ଅବସ୍ଥାରେ ଯତୀନ୍ଦ୍ରଙ୍କୁ ଗାଁର କିଛି ଯୁବକ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଆକ୍ରମଣର ସଠିକ କାରଣ ଜଣାପଡିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.