ସେମିରେ ଅଭିଷେକ ଫେଭରେଟ୍, ଡରୁଛନ୍ତି ଇଂଲଣ୍ଡ ଖେଳାଳି : ମାନିଲେ ସାମ୍ କରନ୍

NEWS7
youth-deadbody-found-in-forest-in-dhenkanal

ମୁମ୍ବାଇ, ୦୪ /୦୩: ଟି୨୦ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟର ସେମିରେ ସୂର୍ଯ୍ୟ ସେନା ଇଂଲଣ୍ଡକୁ ଭେଟିବ । ଆସନ୍ତା ଫେବ୍ରୁଆରୀ ୫ ତାରିଖ ଅର୍ଥାତ ଗୁରୁବାର ଦୁଇ ଦଳ ମୁହାଁମୁହିଁ ହେବେ । ତେବେ ଭାରତୀୟ ବିସ୍ଫୋରକ ବ୍ୟାଟର ଅଭିଷକ ଶର୍ମାଙ୍କ ପାଇଁ ଇଂଲଣ୍ଡ ଦଳର ନିଦ ହଜି ଯାଇଛି । ଏକଥା ସ୍ୱିକାର କରିଛନ୍ତି ଇଂଲିଶ୍ ଟିମ୍ ଅଲରାଉଣ୍ଡର୍ ସାମ୍ କରନ୍ ।

ସାମ୍ କହିଛନ୍ତି ଯେ, ଅଭିଷେକଙ୍କ ବ୍ୟାଟିଂ ଇଂଲଣ୍ଡ ପାଇଁ ବହୁତ ବଡ କଣ୍ଟା । ଏହା ସମସ୍ତ ବିପକ୍ଷ ଦଳକୁ ଚ୍ୟାଲେ଼ଂଜ୍ କରିଥାଏ । ପୂର୍ବଥର ଅଭିଷେକ ଇଂଲଣ୍ଡ ବିପକ୍ଷରେ ଜବରଦସ୍ତ ଶତକ ଲଗାଇଥିଲେ । ସେ ଏପରି ଆଉ ଖେଳିବେନି ବୋଲି ସାମ୍ ଆଶା କରୁଛନ୍ତି । କିନ୍ତୁ ଅଭିଷେକଙ୍କ ପାଇଁ ସେମାନ ଖାସ୍ ରଣନୀତି ପ୍ରସ୍ତୁତ କରିଛନ୍ତି । କୌଣସି ସ୍ଥିତିରେ ଦଳ ପଛକୁ ହଟିବ ନାହିଁ । କେଉଁ କଥାକୁ ଇଂଲଣ୍ଡ ଖେଳାଳି ଭୟ କରୁନଥିବା ସାମ୍ ପ୍ରକାଶ କରିଛନ୍ତି ।

ଏହି ଖବରଟି ପଢନ୍ତୁ... ପାକିସ୍ତାନର ଭୟଙ୍କର କ୍ଷତି : ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା

ଓ୍ୱାଙ୍ଖଡେ ଷ୍ଟାଡିୟମକୁ ନେଇ ସାମ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହା ଏକ ହାଇସ୍କୋରିଂ ମୁକାବିଲା ହୋଇପାରେ । ଏଠାକାର ବାଉଣ୍ଡରୀ ଛୋଟ । ତେଣୁ ଅଧିକ ରନ୍ ହେବାର ସମ୍ଭାବନା ରହିଛି । ବ୍ୟାଟିଂ ଅନୁକୂଳ ପିଚ୍ ବ୍ୟାଟରଙ୍କୁ ସପୋର୍ଟ କରିବ । ପିଚ୍ ଧିମା ହେଲେ ସେମାନେ ସ୍ଲୋ ବୋଲିଂ କରିବେ । ନହେଲେ ଅନ୍ୟ କୌଶଳ ଆପଣାଇବେ । ଅନେକ ଇଂଲିଶ ଖେଳାଳି ଆଇପିଏଲ ଖେଳୁଛନ୍ତି । ଭାରତୀୟ ପାଣିପାଗକୁ ଭଲ ଭାବେ ଜାଣିଛନ୍ତି । ଯାହା ଅନେକାଂଶରେ ଫାଇଦା ଦେବ ।

ସେହିପରି ଭାରତୀୟ ଫ୍ୟାନ୍ସଙ୍କୁ ନେଇ ସାମ୍ କହିଛନ୍ତି ଯେ, ଷ୍ଡାଡିୟମ ଶାନ୍ତ ରହିବା ଅର୍ଥ ଇଂଲଣ୍ଡ ଭଲ ପ୍ରଦର୍ଶନ କରୁଛି । ଭାରତ ସହ ସେମି ଖେଳିବା ସମସ୍ତ ଯୁବ ଖେଳାଳିଙ୍କ ସ୍ୱପ୍ନ ଅଟେ । ଭାରତୀୟ ବ୍ୟାଟିଂ କିପରି ରହୁଛି ତା ଉପରେ ସେମାନେ ଅଧିକ ଫୋକସ କରିବେ ବୋଲି ସାମ୍ କହିଛନ୍ତି ।