LIVE TV

ନୂଆପଡ଼ା ଫାଇଟ୍: ସ୍ନେହାଙ୍ଗିନୀଙ୍କ ମିଥ୍ୟା ସତ୍ୟପାଠ ନେଇ ବିଜେପିର ଟାର୍ଗେଟ, ବର୍ଷିଲା ବିଜେଡି

NEWS7
youth-dead-body-found-from-berhempur

ଭୁବନେଶ୍ୱର ୨୧/୧୦: କିଏ ହାତେଇବ ନୂଆପଡ଼ା ଗଡ । ବିଜେଡି-ବିଜେଡି ନା କଂଗ୍ରେସ । ଲଢେଇ ହେବ ଜୋରଦାର । ପ୍ରଚାରରେ କମ୍ପୁଛି ମୈଦାନ୍ । କାରଣ ୩ ଦଳର ହେବିଓ୍ୱେଟଙ୍କ ମଧ୍ୟରେ କଡ଼ା ଟକ୍କର । ପ୍ରାର୍ଥୀଙ୍କୁ ଆକୃଷ୍ଟ କରିବାକୁ ଲାଗିଛି କଳ, ବଳ କୌଶଳ । ଏହାରି ଭିତରେ ଆରମ୍ଭ ହୋଇଛି କାଦୁଅ ଫୋପଡା ଫିଙ୍ଗା । ବିଶେଷ କରି ବିଜେଡି ବିଜେପି ମଧ୍ୟରେ ଜୋରଦାର କଥା କଟାକଟି ।

ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ଉପରକୁ ଅଙ୍ଗୁଳି ଉଠାଇଛି ବିଜେପି । ବିଜେପି ନେତା ତଥା ଅତାବିରା ବିଧାୟକ ନିହାର ମହାନନ୍ଦ ଛୁରିଆଙ୍କୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି ସେ ମିଛେଇ ରାଣୀ, ପିସି ରାଣୀଙ୍କ ଠାରୁ ନୂଆଡ଼ାବାସୀ ଦୂରେଇ ରୁହନ୍ତୁ । ଏଥିପାଇଁ ନୂଆପଡ଼ା ବାସୀଙ୍କୁ ଅନୁରୋଧ କରିଛନ୍ତି ନିହାର । ତାଙ୍କ କହିବା କଥା ୯୭ ମସିହାରେ ଭେଡ଼େନ ବ୍ଲକ ଚେୟାରମ୍ୟାନ ପଦ ପାଇଁ ମିଥ୍ୟା ତଥ୍ୟପାଠ ଦାଖଲ କରିଥିଲେ ସ୍ନେହାଙ୍ଗିନୀ ।

ସେଥିରେ ତାଙ୍କର ତିନୋଟି ସନ୍ତାନ ଥାଇ ୨ଟି ସନ୍ତାନର ମା ଦର୍ଶାଇଥିଲେ । ଜଦି ତାଙ୍କର କିମ୍ବା ତାଙ୍କ ଦଳର ସତ୍ ସାହାସ ଅଛି ତାହେଲେ ସତ୍ୟପାଠ ବାହାର କରନ୍ତୁ । ସୋହେଲା ସ୍ଥିତ ସିଧରା ତାଙ୍କର ମା ଘର । ବରପାଲି ବ୍ଳକରେ କର୍ଲ୍ଲେ ମାମୁଁ ଘର ରହିଥିବାବେଳେ ୨ ଜଣ ମାମୁଁ ତାଙ୍କର । ହେଲେ ନୂଆପଡ଼ା ମାମୁଁଘର କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଯିଏ ନିଜ ମାଆ ମାଟିକୁ ସମ୍ମାନ ଦେଇ ପାରିନଥିଲା ସେ ନୂଆପଡ଼ାକୁ ଯାଇ ମିଛ ମାର୍ମୁଁ ଘର କହି ନୂଆପଡ଼ା ବାସୀଙ୍କୁ କଣ ସମ୍ମାନ ଦେବ । 

ସେପଟେ ବିଜେପି ଉପରେ ବର୍ଷିଛନ୍ତି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ । ସେ କହିଛନ୍ତି ବେଈମାନ ବନାମ ସ୍ୱାଭିମାନ, ବିକାଶ ବନାମ ବିକାଶ ବିରୋଧୀ । ଗତ ତିନି ଦିନରେ ତିନି ରାଲି କଲେ ତିନି ରାଜନୈତିକ ଦଳ । ଯାହା ଲୋକଙ୍କୁ ଦେଖି ଜଣାପଡିଲା, ବିଜେଡିକୁ ବହୁତ ସମର୍ଥନ ଅଛି ଓ ବିଜେଡି ଜିତିବ । ଜୟ ଢୋଲକିଆଙ୍କୁ ହୁଏତ ବିଜେପି ନେଇଗଲା । ହେଲେ ତାଙ୍କ ବାପା ରାଜେନ୍ଦ୍ର ଢୋଲକିଆ ସ୍ୱାଭିମାନ ସହ କେବେ ସାଲିସ କରିନଥିଲେ । ହେଲେ ତାଙ୍କ ପୁଅ ଜୟ ସାଲିସ କଲେ । ଲୋକେ ତାଙ୍କୁ ବେଈମାନ କହୁଛନ୍ତି ।

ବସନ୍ତ ପଣ୍ଡା, ପ୍ରସନ୍ନ ପାଢ଼ୀ ଓ ଯଦୁମଣି ପାଣିଗ୍ରାହୀଙ୍କ ଭିତରେ ସମନ୍ୱୟ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସଭାରେ ବି ଲୋକ ହେଲେନି । ଖାଦ୍ୟ ବାସି କରି ଫିଙ୍ଗିଲେ ଯେ ୧୨ ଗାଈ ମଲେ । ବିଜେପି ପୁଣି ଗୋମାତାକୁ ନେଇ ରାଜନୀତି କରୁଛି । କଂଗ୍ରେସ ଉପରେ ଲୋକଙ୍କ ଆସ୍ଥା ନାହିଁ । ସେମାନେ ନିଜ ଅସ୍ଥିତ୍ୱ ପାଇଁ ଲଢୁଛନ୍ତି । ସେପଟେ ଯେଉଁ ପରି ଅତାବିରା ବିଧାୟକ ନିହାର ମହାନନ୍ଦା କଟୁ ମନ୍ତବ୍ୟ ଦେଉଛନ୍ତି, ତାଙ୍କୁ ଗୋଟେ କଥା । ସେ ବହୁତ ଉତ୍ସାହିତ ଅଛନ୍ତି । କଂଗ୍ରେସରୁ ଆସି ବିଜେପି ବିଧାୟକ ହେଲେ ।

୨୦୨୯ରେ ହୁଏତ ତାଙ୍କର ଓ ମୁଖ୍ୟମନ୍ତ୍ରୀଙ୍କ ଟିକେଟ ନଥିବ । ଲୋକେ ତାଙ୍କୁ ୯୦ ML କହୁଥିଲେ । A ଲାଗିବା ପରେ ସେ MLA ହେଲେ । ୩୦% PC ନେଉଛନ୍ତି । ଗତ ଏକ ବର୍ଷରେ ୧୨ଟା ଦାମୀ ଗାଡି କିଣିଛନ୍ତି । ବାଲି ଚୋରୀ କରୁଛନ୍ତି । ତାଙ୍କ ଲୋକଙ୍କୁ ନିଶା କାରବାରରେ ଓଡ଼ିଶା ଓ ଛତିଶଗଡ ପୋଲିସ ଖୋଜୁଛି । ଆଦିବାସୀ ବିକାଶ ନବୀନ ପଟ୍ଟନାୟକ କରିଛନ୍ତି । ହେଲେ ବିଜେପି ସରକାର ଆଦିବାସୀଙ୍କ ଅନ୍ଵେଷା ପରି ଯୋଜନା ବନ୍ଦ କରି ଦେଇଛି । କେନ୍ଦୁପତ୍ରରେ ଏବେ ବି GST ବୋଝ ଅଛି. ନୂଆପଡାର ଯାହା ବିକାଶ ହୋଇଛି, ତାହା ବିଜେଡି ସରକାର ସମୟରେ ରାଜେନ୍ଦ୍ର ଢୋଲକିଆ କରିଛନ୍ତି ।