ଆପଣଙ୍କର ଟ୍ରେନ୍ ଟିକେଟ୍ କନଫର୍ମ ହୋଇଛି କି ନାହିଁ? ଏବେ ୪ ଘଣ୍ଟା ନୁହେଁ, ୨୪ ଘଣ୍ଟା ପୂର୍ବରୁ ସ୍ପଷ୍ଟ

Published By : Prameya-News7 Bureau | June 11, 2025 IST

ନୂଆଦିଲ୍ଲୀ ୧୧/୦୬: ଲମ୍ୱା ଯାତ୍ରା ଓ ଆରାମଦାୟକ କଥା ଆସିଲେ ସେତେବେଳେ ମୁହଁକୁ ଆସେ ଗୋଟିଏ ଶବ୍ଦ । ଭାରତୀୟ ରେଳକୁ କୁହାଯାଏ ସବୁଠାରୁ ନିର୍ଭରଯୋଗ୍ୟ । ଭାରତୀୟ ରେଳବାଇ ଏବେ ଯାତ୍ରୀଙ୍କ ସୁବିଧା ପାଇଁ ପ୍ରସ୍ତୁତ କରିଛି ବଡ଼ ଯୋଜନା । ଯୋଜନା ଅନୁଯାୟୀ ଯଦି ଆପଣ ରେଳ ଟିକେଟ ବୁକ୍ କରନ୍ତି, ତେବେ ଆପଣଙ୍କୁ ଟ୍ରେନ ଛାଡିବାର ମାତ୍ର ଚାରି ଘଣ୍ଟା ପୂର୍ବରୁ ଜଣାପଡେ କି, ଆପଣଙ୍କର ଟିକେଟ ନିଶ୍ଚିତ ହୋଇଛି କି ନାହିଁ। କିନ୍ତୁ ରିପୋର୍ଟ ଅନୁସାରେ, ଏବେ ରେଳବାଇ ଏକ ନୂତନ ବ୍ୟବସ୍ଥା ଉପରେ କାମ କରୁଛି । ଯାହା ଅଧୀନରେ ନିଶ୍ଚିତ ସିଟ୍ ସହିତ ଚାର୍ଟ ୨୪ ଘଣ୍ଟା ପୂର୍ବରୁ ଜାରି କରାଯିବ। 

ରେଳବାଇ ରେଳ ଯାତ୍ରୀଙ୍କ ସବୁଠାରୁ ବଡ଼ ସମସ୍ୟାର ସମାଧାନ କରିବାକୁ ଯୋଜନା କରିଛି । ଏହାର ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇଛି । ଯେତେବେଳେ ଆପଣ ଟ୍ରେନ ଟିକେଟ ବୁକ୍ କରନ୍ତି । ଅନେକ ସମୟରେ ଆପଣଙ୍କର ଟିକେଟ ନିଶ୍ଚିତ ହୁଏ କି ନାହିଁ କି ଓ୍ୱେଟିଂ ଲିଷ୍ଟରେ ଅଛି ତାଲିକା ଦେଖାଏ । ବର୍ତ୍ତମାନ ଏହା ନିଶ୍ଚିତ ହେବ କି ନାହିଁ, ଏହା ଦୀର୍ଘ ଦୂରତା ଯାତ୍ରା ସମୟରେ ବହୁତ ଚାପ ସୃଷ୍ଟି କରେ । ରିପୋର୍ଟ ଅନୁଯାୟୀ, ଏହି ସମସ୍ୟାକୁ ଦୂର କରିବା ପାଇଁ, ରେଳବାଇ ଏହି ସିଷ୍ଟମ ଉପରେ କାମ କରିବା ଆରମ୍ଭ କରିଛି। ଯାହା ମାଧ୍ୟମରେ ଆପଣ ଏବେ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ସିଟ୍ ନିଶ୍ଚିତକରଣ ବିଷୟରେ ସୂଚନା ଜାଣିପାରିବେ।

ରେଳବାଇ ଦ୍ୱାରା ଏହି ନୂତନ ସିଷ୍ଟମ ସମ୍ପର୍କରେ ପରୀକ୍ଷଣ ମଧ୍ୟ ଆରମ୍ଭ କରାଯାଇଛି। ଜୁନ୍ ୬ ରୁ, ଏହି ସିଷ୍ଟମ ରାଜସ୍ଥାନର ବିକାନେର ଡିଭିଜନରେ ପାଇଲଟ୍ ରନ୍ ଭାବରେ ଆରମ୍ଭ କରାଯାଇଛି । ଯାହା ବର୍ତ୍ତମାନ ଗୋଟିଏ ଟ୍ରେନରେ ସୀମିତ ରହିଛି । କୁହାଯାଉଛି ଯେ ଏପର୍ଯ୍ୟନ୍ତ ଏଥିରେ କୌଣସି ପ୍ରକାରର ସମସ୍ୟା ହୋଇନାହିଁ । ଅର୍ଥାତ୍ ଏହି ପରୀକ୍ଷଣ ସକାରାତ୍ମକ ଫଳାଫଳ ଦେଉଛି ଓ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ମିଳିଛି । ଅଧିକାରୀଙ୍କ ଅନୁଯାୟୀ, ଏହାକୁ ଆଉ କିଛି ସପ୍ତାହ ପାଇଁ ଚେଷ୍ଟା କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.