LIVE TV

ଗାଁ ଦାଣ୍ଡରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ବନ୍ଧୁକ-ଖଣ୍ଡା ଧରି ମହିଳା ଓ ପୁରୁଷଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ

NEWS7
young-woman-found-in-naked-in-balasore

ବଲାଙ୍ଗିର ୧୪୧୦: ଗାଁ ଦାଣ୍ଡରେ ଦୁର୍ବୃତ୍ତଙ୍କ ଦାଦାଗିରି । ବନ୍ଧୁକ ଦେଖାଇ, ଖଣ୍ଡା ବୁଲାଇ ଜାହିର କଲେ ପତିଆରା । ଖେଳାଇଲେ ଆତଙ୍କ । ଛାନିଆରେ ଗାଁ ଲୋକ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ଅରାଜକତା ସୃଷ୍ଟି ହେଉଥିବା ଅଭିଯୋଗ ହେବା ସହ ତା ଚିତ୍ର ଏବେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ସୋମବାର କିଛି ଯୁବକ ଖଣ୍ଡା ଧରି ଦେଓଗାଁ କଛାରପାଲିରେ ଆତଙ୍କ ସୃଷ୍ଟି କରିଥିଲେ । ଏପରିକି ସାହୁପଡ଼ା ଭିତରେ ମହିଳା ପୁରୁଷଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏମିତିକି ଜଣେ ବ୍ୟକ୍ତିଙ୍କୁ ମାରିଦେବା ପାଇଁ ଖୋଜାଖୋଜି କରିଥିଲେ । ୪ଟି ବାଇକ୍‌ରେ ୧୨ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଘୁରି ବୁଲୁଥିବାରୁ ଗାଁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ ।

ଅରାଜକତା ସୃଷ୍ଟି କରୁଥିବା ଯୁବକ ମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଗତି ଯୁବକ ସଂଘ ପକ୍ଷରୁ ପୋଲିସକୁ ଏକ ଦାବିପତ୍ର ଦିଆଯାଇଛି ବାହାର ରାଜ୍ୟରୁ ଆସି ଦେଓଗାଁରେ ବସବାସ କରୁଥିବା ଜଣେ ବ୍ୟକ୍ତି କିଛି ଯୁବକଙ୍କୁ ଡାକି ଏଭଳି କାର୍ଯ୍ୟ କରାଇଥିବା ଚର୍ଚ୍ଚା ହେଉଛି । ଏ ଦିଗରେ ଜିଲ୍ଲା ଏସ୍‌ପି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି । ଏନେଇ ବଲାଙ୍ଗିର ଏସ୍‌ପିଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା କହିବା ସହ ତୁରନ୍ତ ଗିରଫ କରି ଗଣମାଧ୍ୟମ ଆରେ ସୂଚନା ଦିଆଯିବ ବୋଲି କହିଛନ୍ତି ।