ଘରେ ଭିତରେ ଜୀବନ୍ତ ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକମେଲିଂ କରୁଥିବା ବାପା ଆଣିଲେ ଅଭିଯୋଗ

Published By : Prameya-News7 Bureau | August 06, 2025 IST

କେନ୍ଦ୍ରାପଡ଼ା ୬।୮: ଫକୀରମୋହ ଛାତ୍ରୀ ଆତ୍ମାହୁତି ଏବଂ ବଳଙ୍ଗା ନାବାଳିକା ପୋଡ଼ି ଘଟଣା ରାଜ୍ୟବାସୀଙ୍କ ମନରୁ ନଲିଭଣୁ ପୁଣି ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଘର ଭିତରେ ଜୀଅନ୍ତା ଜଳିଗଲେ ଆଉ ଜଣେ ଯୁବତୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଜଣେ ଯୁବକଙ୍କ ବ୍ଲାକମେଲିଂ ପାଇଁ ଏଭଳି ଘଟିଥିବା କୁହାଯାଉଛି । ଏଥିପାଇଁ ଯୁବତୀ ଜଣଙ୍କ ନିଜକୁ ନିଜେ ଜାଳି ଦେଇଥିବା ଯୁବତୀଙ୍କ ବାପା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ାରେ ପୁଣି ଜଳିଗଲେ ଆଉ ଜଣେ ଯୁବତୀ । କିରୋସିନି ଢାଳି ହୋଇ ଦେହରେ ନିଆଁ ଲଗାଇଦେଇଥିବା ଅଭିଯୋଗ । ଯୁବତୀ ଜଣଙ୍କ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନି । ଖବର ପାଇ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସାଙ୍ଘାତିକ ଅଭିଯୋଗ ଆଣିଲେ ଯୁବତୀଙ୍କ ବାପା । ଅସହ୍ୟ ହେଲା ବ୍ଲାକମେଲିଂ ଜୀବନ ହାରିଲେ ଯୁବତୀ । ପ୍ରେମିକଙ୍କ ବ୍ଲାକମେଲିଂ ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଣ ଆଣିଲେ ଯୁବତୀଙ୍କ ବାପା । ମୋ ଝିଅ ସହ ସେ ଟୋକାର ବ୍ରେକଅପ୍ ହୋଇଯାଇଛି । ଏବେ ଖାଲି ନେକେଡ୍ ଫଟୋ ଛାଡ଼ୁଛି । ମୋ ଝିଅକୁ ସେ ବାରମ୍ବାର ବ୍ଲାକ୍ ମେଲ୍ କରୁଥିଲା। ଯୁବକଙ୍କ ବ୍ଲାକମେଲିଂ ନେଇ ଆଗରୁ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ଶୁଣିଲାନାହିଁ ବୋଲି ଯୁବତୀଙ୍କ ବାପା କହିଛନ୍ତି ।

ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିଛନ୍ତି ଡିଜିପି । କେଉଁ ପରିସ୍ଥିତିରେ ଯୁବତୀ ଆତ୍ମହତ୍ୟା କଲେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଡିଜିକହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ପୋଲିସ ରଖିନଥିଲା ଯୁବତୀଙ୍କ ଏଫ୍‌ଆଇଆର୍ ? ଏହା ଯଦି ସତ ହୋଇଥାଏ ତେବେ ସାଂଘାତିକ । 

You Can Read:

ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲିବାକୁ ଉପ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ : ଆଗକୁ ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ, ହାଟ, ବଜାରରେ ଖୋଲାଯିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.