ମୋହନା ୧୯।୮: ମାଛ ଧରିବାକୁ ଯାଇ ଯୁବକ ନିଖୋଜ । ଗଜପତି ଜିଲ୍ଲା ଅଡବା ହରଭଙ୍ଗୀ ନଦୀରେ ଏଭଳି ଅଭାବନୀୟ ଘଟଣା ଘଟିଛି l ନିଖୋଜ ଯୁବକ ହେଲେ ଅଡବା ଗାଁର ସୁବ୍ରତ ନାୟକ l
ସୂଚନାଯୋଗ୍ୟ ଯେ, ସୁବ୍ରତ ସୋମବାର ଅପରାହ୍ନରେ ବାପା ସୁକାନ୍ତ ନାୟକଙ୍କ ସହ ଅନ୍ୟ କିଛି ବ୍ୟକ୍ତି ମିଶି ହରଭଙ୍ଗୀ ନଦୀରେ ମାଛ ଧରିବା ପାଇଁ ଯାଇଥିଲେ l ତେବେ ନଦୀ କୂଳରେ ଅଳ୍ପ ପାଣିରେ ମାଛ ଧରୁଥିବା ବେଳେ ଅଚାନକ ପ୍ରଖର ବେଗରେ ବନ୍ୟା ପାଣି ମାଡ଼ି ଆସିଥିଲା l ଫଳରେ ସୁବ୍ରତ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି l ଅନ୍ୟ ମାନେ ପହଁରି ପହଁରି ନଦୀ କୂଳକୁ ଆସିଥିଲେ l ସୁବ୍ରତଙ୍କୁ ଗ୍ରାମବାସୀ ଓ ପରିବାର ଲୋକେ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା l ଖବର ପାଇ ସୋମବାର ସନ୍ଧ୍ୟା ଠାରୁ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l
You Can Read: