ଆପଣବି ଚା ସହିତ ଖାଉଛନ୍ତି ରସ୍କ? ହୋଇଯାଆନ୍ତୁ ସାବଧାନ

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ ୨୦।୪: ଭାରତୀୟଙ୍କୁ ରସ୍କ ବିସ୍କୁଟ ଓ ଚାର କ୍ଲାସିକ୍ କମ୍ବିନେସନ ପ୍ରତି ଗଭୀର ଆକର୍ଷଣ ରହିଛି। ପ୍ରାୟତଃ ସ୍ନାକ୍ସ ଟାଇମରେ ଲୋକେ ଏହାକୁ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି। ରସ୍କ ବିସ୍କୁଟ ଯାହାକୁ ଟୋଷ୍ଟ ବିସ୍କୁଟ ବା ଟୋଷ୍ଟ ରୂପେ ଲୋକେ ଜାଣନ୍ତି। ଏହା ମୁଖ୍ୟତଃ ବ୍ରେଡସ୍ଲାଇସ୍ ଯାହାକୁ କୁଡମୁଡିଆ କରିବା ପାଇଁ ଦୁଇ ଥର ସେକା ଯାଇଥାଏ। ଯାହା ଦ୍ୱାରା ଚା ର ବାମ୍ଫ ଭରା କପରେ ବୁଡିବା ପାଇଁ ଏକ ପୁରା ପରଫେକ୍ଟ ହୋଇଥାଏ। ତେବେ ଦୀର୍ଘ ବର୍ଷରୁ ଖାଇଆସୁଥିବା ଏହି ବିସ୍କୁଟ ସତରେ କଣ ସ୍ୱାସ୍ଥ୍ୟକର? ତେବେ ଆସନ୍ତୁ ଜାଣିବା ଡାଏଟିସିଆନ କହୁଛନ୍ତି କ’ଣ?

ଜନୈକ ଡାୟେଟ ଏକ୍ସପର୍ଟ ନୂଆ ଭିଡିଓରେ ଏହି ବିସ୍କୁଟର ରହସ୍ୟ ଉଦଘାଟନ କରିଛନ୍ତି। ରସ୍କ ବିସ୍କୁଟ ଟ୍ରାନ୍ସ ଫ୍ୟାଟ (ପାମ ଅଏଲ) ଏଡିଟିଭସ୍, ପ୍ରଚୁର ଚିନି ଓ ମଇଦାରୁ ପ୍ରସ୍ତୁତ। ଏଣୁ ଡାୟେଟିସିଆନ ଏହାକୁ ସବୁଠୁ ଖରାପ ସ୍ନାକ୍ସ ରୂପେ ଲେବୁଲ କରିଛନ୍ତି। ଇଂଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଡାଏଟିସିଆନ ଋଚା ଗଙ୍ଗାନୀ  ଲେଖିଛନ୍ତି ଯେ ଏହାକୁ ଦେଖିବା ପରେ କେହି ବି ରସ୍କ ଖାଇବାକୁ ପସନ୍ଦ କରିବେନି । କାରଣ ଏହା ସ୍ୱାସ୍ଥ୍ୟ ଉପଯୋଗୀ ନୁହେଁ। 

ରସ୍କ ତିଆଇରି ନେଇ ଭାଇରାଲ ହେଉଥିବା ଭିଡିଓରେ ଫ୍ୟାକ୍ଟ୍ରିରେ ୱାର୍କରଙ୍କୁ ଗ୍ୟାଲନ ପାମ ତେଲ ପକାଉଥିବା ଓ ପରେ ମିଶ୍ରଣରେ ବଡ଼ ଅଖା ଚିନି ଖାଲି କରିଦେଉଥିବା ଦେଖାଯାଇଛି। ଗଙ୍ଗାନୀ ତାଙ୍କ ଭିଡିଓ କ୍ୟାପସନରେ ଲେଖିଛନ୍ତି ଯେ ରସ୍କ ସ୍ୱାସ୍ଥ୍ୟକର ବୋଲି ଧାରଣା ରହିଛି। ହେଲେ ଏହା ସ୍ୱାସ୍ଥ୍ୟକର ନୁହେଁ। ଏଣୁ କମ୍ପାନୀ ଦ୍ୱାରା ଦିଆଯାଉଥିବା ପ୍ରତିଶ୍ରୁତିଲ ଜାଲରେ ପଡନ୍ତୁ ନାହିଁ ବୋଲି ଡାୟେଟିସିୟନ ସତର୍କ କରିଦେଇଛନ୍ତି। 

ସେ କହିଛନ୍ତି ଯେ ରସ୍କ ବିସ୍କୁଟରେ ଇଷ୍ଟ, ଚିନି ଓ ସବୁଠୁ ଖରାପ କ୍ୱାଲିଟିର ତେଲ ଓ ଅଟାରୁ ପ୍ରସ୍ତୁତ ହେଉଛି। ବାସ୍ତବରେ ରସ୍କ ପରିସ୍କୃତ ଅଟା, ଚିନି, ଶସ୍ତା ତେଲ, ଅତିରିକ୍ତ ଗ୍ଲୁଟେନ ଓ କିଛି ଖାଦ୍ୟ ଯୌଗିକରେ ପ୍ରସ୍ତୁତ ମିଶ୍ରଣ। ଯାହା ସମ୍ଭାବିତ ରୂପେ ଖାଦ୍ୟ ଭାବେ ଅନୁପଯୁକ୍ତ। ଏଣୁ ସକାଳ ଜଳଖିଆରେ ବଟର, ଭଜା ଚଣା ଓ ଫ୍ରୁଟ ଭଳି ଖାଦ୍ୟକୁ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଲୋକେ ରସ୍କର ସ୍ୱାଦକୁ ଛାଡିବେ କି ବୋଲି ମଧ୍ୟ ସନ୍ଦେହ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.