ଆକ୍ରମଣ କଲା ଭୂଇଁରୋଳ ପୋକ : ଚାଲିଗଲା ପୂଜକଙ୍କ ଜୀବନ

Published By : Prameya-News7 Bureau | August 08, 2025 IST

ଭଦ୍ରକ ୮।୮: ରାସ୍ତାରେ ଆକ୍ରମଣ କଲେ ଭୂଇଁରୋଳ ପୋକ । ଚାଲିଗଲା ପୂଜକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଓଲଙ୍ଗ ପଞ୍ଚାୟତ ଅଞ୍ଚଳରେ । 

ସୂଚନାଯୋଗ୍ୟ ଯେ, ଓଲଙ୍ଗ ଶାସନ ଗ୍ରାମର ପୂଜକ ରାମଚନ୍ଦ୍ର ପଣ୍ଡା ଗୁରୁବାର ମନ୍ଦିର ପୂଜା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଭୂଇଁରୋଳ ପୋକ ଆକ୍ରମଣ କରିଥିଲେ । ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବରପଦା ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ମାତ୍ର ସକାଳୁ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୋଲିସ ଶବ ବ୍ୟବଚ୍ଛେଦ କରାଇଛି ।

You Can Read:

ପୁରୀରେ ପୁଣି ଫୁଟିଲା ବୋମା, ଜାଗାଘର ଉପରକୁ ୨ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.