LIVE TV

୪୦ ଜଣଙ୍କ ଜୀବନ ବଞ୍ଚାଇ ଚାଲିଗଲେ, ଏବେ ପରିବାରକୁ ଆହା କହିବାକୁ କେହି ନାହାନ୍ତି

NEWS7
world-iran-hormuz-island-beach-sea-water-color-is-red

ଭୁବନେଶ୍ଵର: ଏମିତି ବି ଜୀବନ ଯାଏ । ଯାହା ଉଦାହରଣ ହୋଇଯାଏ । ବସ୍ ଚଲାଉଥିବା ଅବସ୍ଥାରେ ଚାଲିଗଲା ଜୀବନ। ଜୀବନ ଯିବା ପୂର୍ବରୁ  ଚଳନ୍ତା ବସକୁ ରାସ୍ତା କଡ଼କୁ ସୁରକ୍ଷିତ ଭାବେ ରଖିଲେ ଚାଳକ। ଯାହା ଫଳରେ ନିଜର ଜୀବନ ସିନା ଗଲା ମାତ୍ର ବସରେ ଥିବା  ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ରଖିପାରିଲେ ଡ୍ରାଇଭର।  ଏହି ଖବର ପରେ ଆମେ ପହଞ୍ଚିଥିଲୁ ମୃତ ଡ୍ରାଇଭର ଶରତ ମାର୍ଥାଙ୍କ ପରିବାରରେ ।  ଶରତଙ୍କ ପରିବାର  ଦୁର୍ଦ୍ଦିନରେ କାଳ କାଟୁଥିବାର ଦେଖିଥିଲୁ।

ସେଦିନର ଏହି ଘଟଣା ବାବଦରେ ଆପଣ ଶୁଣିଥିବେ, ଆଲୋଚନା କରିଥିବେ।  ଏହି ମାସ ୧ ତାରିଖ । ଦିନ ପ୍ରାୟ ୩ ଟା। ଭୁବନେଶ୍ୱର ରୁ ସୋରଡା ଯାଉଥିଲା ବିଶାଖା ବସ୍ ।  ବସ ଚାଳକ ଥିଲେ ଶରତ ମାର୍ଥା । ବୋଲଗଡ ଛକ ନିକଟରେ ହଠାତ ଛାତିରେ ସେ ଯନ୍ତ୍ରଣା ଅନୁଭବ କଲେ।  ଭୀଷଣ ଯନ୍ତ୍ରଣା ସତ୍ତ୍ବେ ବସକୁ ସୁରକ୍ଷିତ ସ୍ଥାନକୁ ନେଇ ରାସ୍ତା କଡରେ ପାର୍କିଙ୍ଗ କରିଥିଲେ। ଏହାର ମାତ୍ର କିଛି ସେକେଣ୍ଡରେ ସେ ଷ୍ଟିଅରିଂ ଉପରେ ଟଳିପଡ଼ିଲେ। ତାଙ୍କୁ ବୋଲଗଡ ମେଡିକାଲ ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଡ୍ରାଇଭର ଶରତ ସିନା ଜୀବନ ହାରିଲେ ମାତ୍ର ବସରେ ଥିବା ୪୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇ ପାରି ଦେଇଥିଲେ। ସୋସିଆଲ ମିଡିଆରୁ ଖବରକାଗଜ ସବୁଠି ଶରତଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା। ଏଭଳି ସ୍ଥଳେ ଆମେ ଶରତଙ୍କ ଘରକୁ ଯାଇଥିଲୁ।  ଏ ହେଉଛନ୍ତି ଶରତଙ୍କ  ପୁଅ। ବୟସ ୩୫ କିନ୍ତୁ  ମାନସିକ ଭାରସାମ୍ୟ ହରାଇଛନ୍ତି। ଇଏ ହେଉଛନ୍ତି ଶରତଙ୍କ ପତ୍ନୀ । ଏବେ ଅସହାୟ। ସ୍ବାମୀଙ୍କ ବିୟୋଗ ପରେ  ଘରେ ଖୁଦ ମୁଠାଏ ନାହିଁ। ଖାଇବେ କଣ ସ୍ବାମୀଙ୍କ ଶୁଦ୍ଧିକ୍ରିୟା ବି କେମିତି ହେବ, ଏଥିପାଇଁ ସେ ଦିଅରଙ୍କ ଭରସାରେ ପଡ଼ିଛନ୍ତି।

ଏ ହେଉଛି ଶରତଙ୍କ ଘର। ଝାଟିମାଟି ଘର ଛଣ ଛପର। ଏଥିରେ ୪ ପ୍ରାଣୀ କୁଟୁମ୍ବ।  ୩୫ ବର୍ଷର ପୁଅ ମା ପାଇଁ ବୋଝ, ୧୨ ବର୍ଷର ଝିଅକୁ ବି ଦାନା ଦେବାକୁ ସମ୍ବଳ ନାହିଁ।  ହରିଶ୍ଚନ୍ଦ୍ର ଯୋଜନାରେ ସରପଞ୍ଚ ୩ ହଜାର ଟଙ୍କାର ସହାୟତା ଦେଇଛନ୍ତି। ଏପରି କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଭ୍ୟ। ଘର ଖଣ୍ଡିଏ ନାହିଁ କିମ୍ବା ଖାଇବାକୁ ବି ନାହିଁ। ଏଭଳି ଅବସ୍ଥାରେ କେମିତି ଚଳିବେ । ଶରତ ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ସଂଘର୍ଷ କଲେ, ନିଜ ଜୀବନ ଯାଉଥିବା ଜାଣିବି ୪୦ ଜଣଙ୍କ ଜୀବନ ବଞ୍ଚାଇଦେଲେ। ହେଲେ ତାଙ୍କ ପରିବାରକୁ ଆହା ପଦେ କହିବାକୁ କେହି ନାହିଁ। ​​​​​​​