LIVE TV

ବନ୍ଦେ ମାତରମ୍ ଭାରତର ଏକତାର ପ୍ରତୀକ, ୧୫୦ ବର୍ଷ ପୂର୍ତ୍ତି ଅବସରରେ କହିଲେ ପିଏମ

NEWS7
womens-premier-league-to-begin-on-march-4

ନୂଆଦିଲ୍ଲୀ ୦୭/୧୧: ରାଷ୍ଟ୍ର ଆରାଧନା ଓ ଦେଶପ୍ରୀତିର ଗାଥା କହୁଥିବା ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍‌'କୁ ୧୫୦ ବର୍ଷ ପୂରିଛି । ୧୮୭୬ଠାରୁ ଭାରତୀୟଙ୍କ ମଧ୍ୟରେ 'ବନ୍ଦେ ମାତରମ୍‌' ଦେଶପ୍ରେମ ଓ ଜାତୀୟ ଚେତନା ସୃଷ୍ଟି କରି ଆସୁଛି । 'ବନ୍ଦେ ମାତରମ୍‌'କୁ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳୁଛି ଭାରତ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନ୍ଦୋର ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର ୭ ତାରିଖ ଆମ ପାଇଁ ଐତିହାସିକ । ଆଜି ଆମେ 'ବନ୍ଦେ ମାତରମ୍‌'ର ୧୫୦ ବର୍ଷର ମହାଉତ୍ସବ ପାଳନ କରୁଛେ । ଏହି ପୂଣ୍ୟ ଅବସର ଆମକୁ ନୂଆ ପ୍ରେରଣା ଦେବ । କୋଟି କୋଟି ଦେଶବାସୀଙ୍କୁ ନୂଆ ଉର୍ଜାରେ ଭରି ଦେବ । ଜାତୀୟ ସଙ୍ଗୀତ ଗାନ କରିବା ସତ ସମ୍ବୋଧନରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

​​​​​​​'ବନ୍ଦେ ମାତରମ୍‌'ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, '' 'ବନ୍ଦେ ମାତରମ୍‌'ର ମୂଳ ଭାବ ହେଉଛି ଭାରତ, ମା' ଭାରତୀ । ଭାରତର ଶାସ୍ୱତ୍ତ ସଂକଳ୍ପ ଏକ ରାଷ୍ଟ୍ର ରୂପରେ ଯୁଗ ଯୁଗରେ ଅଲଗା ଅଲଗା ରାଷ୍ଟ୍ରର ନିର୍ମାଣ, ନୂଆ ସଭ୍ୟତାର ବିକାଶ, ଶୂନ୍ୟରୁ ଶିଖର ଯାଏ ଯାତ୍ରାର ଇତିହାସରେ ଦୁନିଆରେ ବଦଳୁଥିବା  ଭୂଗୋଳ ଭାରତ ସବୁ କିଛି ଦେଖିଛି ।

ଭାରତର ଧାରଣା ହେଉଛି, ଏହାର ପଛରେ ଥିବା ଆଦର୍ଶଗତ ଶକ୍ତି । ସ୍ୱାଧୀନ ଅସ୍ତିତ୍ୱର ଭାବନା । ହୃଦୟର ଗଭୀରତା ଏବଂ ଭାବନାର ଅସୀମତାରୁ "ବନ୍ଦେ ମାତରମ୍" ଭଳି ଏକ ରଚନା ଉଭା ହୁଏ । ଦାସତ୍ୱର ସମୟରେ, "ବନ୍ଦେ ମାତରମ୍" ଏହି ସଂକଳ୍ପର ଘୋଷଣା ହୋଇଗଲା । ସେହି ଘୋଷଣା ଭାରତର ସ୍ୱାଧୀନତାର ଥିଲା । ଭାରତମାତାଙ୍କ ହାତରେ ଦାସତ୍ୱର ଶୃଙ୍ଖଳ ଭାଙ୍ଗିଯିବ । ତାଙ୍କ ସନ୍ତାନମାନେ ସେମାନଙ୍କର ଭାଗ୍ୟର ଭାଗ୍ୟ ବିଧାତା ନିର୍ମାତା ହେବେ ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, '' ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଥରେ କହିଥିଲେ ଯେ, ବଙ୍କିମ ଚନ୍ଦ୍ରଙ୍କ 'ଆନନ୍ଦମଠ' କେବଳ ଏକ ଉପନ୍ୟାସ ନୁହେଁ। ଏହା ଏକ ସ୍ୱାଧୀନ ଭାରତର ସ୍ୱପ୍ନ ।

ବଙ୍କିମ ବାବୁଙ୍କ ଦ୍ୱାରା ଲିଖିତ ପ୍ରତ୍ୟେକ ଶବ୍ଦର ଗଭୀର ଅର୍ଥ ଥିଲା । ଏହି ଗୀତଟି ଦାସତ୍ୱ ସମୟରେ ସୃଷ୍ଟି ହୋଇଥିଲା, କିନ୍ତୁ ଏହା କେବଳ ସେହି ସମୟରେ ସୀମିତ ନୁହେଁ । "ବନ୍ଦେ ଭାରତ" ଗୀତ ପ୍ରତ୍ୟେକ ଯୁଗରେ ପ୍ରାସଙ୍ଗିକ । କିଛି ଶତାବ୍ଦୀ ପୂର୍ବରୁ ବିଶ୍ୱ GDPର ଏକ ଚତୁର୍ଥାଂଶ ଅଂଶ  ଭାରତ ପାଖରେ ଥିଲା । ଯେତେବେଳେ ବଙ୍କିମ ବାବୁ "ବନ୍ଦେ ମାତରମ୍" ରଚନା କରିଥିଲେ, ସେତେବେଳେ ଭାରତ ତା'ର ସୁବର୍ଣ୍ଣ ଯୁଗରୁ ବହୁତ ଦୂରରେ ଥିଲା ।