ଭୁବନ ୦୩।୦୮ : ସାତ ଜନମ ପାଇଁ ସାଥି ହୋଇଥିଲେ । ସାତ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ହେଲେ ଖୁସିର ରହିଲାନି ଅଧିକ ଦିନ । ଆଜି ଘରୁ ମିଳିଲା ଝୁଲନ୍ତା ମୃତଦେହ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଆଦିପୁରା ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ଆଦିପୁର ଗାଁର ସ୍ୱର୍ଗତ ରାମଚନ୍ଦ୍ର ସାହୁଙ୍କ ମଝିଆଁ ପୁଅ ସତ୍ୟରଞ୍ଜନ ସାହୁ ସାତ ବର୍ଷ ପୂର୍ବେ ବନିତା ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ସବୁ କିଛି ଠିକ୍ଠାକରେ ଚାଲିଲା । ଏପିରିକି ତାଙ୍କ ଏକ ପାଞ୍ଚ ବର୍ଷର ଝିଅଟିଏ ମଧ୍ୟ ଅଛି । ସତ୍ୟରଞ୍ଜନ ବାହାରେ ରହି କାମ କରୁଥିଲେ । ତେବେ ବନିତା ଅନ୍ୟ ଜାତିର ହୋଇଥିବାରୁ ଶାଶୁ , ଦିଅର ଓ ନଣନ୍ଦ ଅକଥନୀୟ ନିର୍ଯାତନା ଦେଇଆସୁଥିଲେ । ଶେଷରେ ଶନିବାର ରାତିରେ ପ୍ରାୟ ଏକ ଘଟିକା ସମୟରେ ସ୍ୱାମୀ ସତ୍ୟରଞ୍ଜନ ଝିଅ ଘରକୁ ଖବର ଦେଇଥିଲେ କି , ତୁମ ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ସକାଳେ ଝିଅଘର ଲୋକେ ପହଞ୍ଚି ଦେଖିଲା ବେଳକୁ ଝିଅଙ୍କୁ ତଳେ ଶୁଆଯାଇଛି । ଯାହାକୁ ନେଇ ପରିବାରରେ ସନ୍ଦେହ ହୋଇଥିଲେ । ଏପିରିକି ଶାଶୁ, ଦିଅର ଓ ନଣନ୍ଦ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଝିଅ ଘର ଲୋକେ ।
ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହ ତାଙ୍କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ବାକି ଘଟଣାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍ ଡକାଯାଇଛି । ଟିମ୍ ଆସି ତଦନ୍ତ ପରେ ଜଣାପଡିବ ସତ ବୋଲି ଅନୁମାନ କରାଯାଉଛି ।