ଭୁବନେଶ୍ୱର ୦୨।୦୮ : ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ମହାନଦୀ ଜଳ ବିବାଦର ପ୍ରତିଉତ୍ତର ରଖି ଲେଖିଛନ୍ତି ଚିଠି । ଆପୋସ ଆଲୋଚନାରେ ସମାଧାନ ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ଗତ ୨୫ରେ ଲେଖିଥିବା ଚିଠି ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସହମତି ଦେଲେ । ଏହା ବିଚାରାଧୀନ ଅଛି ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି ।
ଅନ୍ୟପଟେ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ନେଇ ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ହେବ। ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକ ସ୍ତରୀୟ ଆଲୋଚନା ଆଗକୁ ବଢିଛି । ଏପିରିକି ସମାଧାନ ପାଇଁ ଉଭୟ ପକ୍ଷ ରାଜିଥିବା ଏଜି ପୀତାମ୍ବର ଆଚାର୍ଯ୍ୟ ଅବଗତ କରିଛନ୍ତି ବୋଲି ଜଣାପଡିଛି । ଏହା ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ ଲାଗି ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ସହ ବିଭିନ୍ନ ସାମାଜିକ ସଙ୍ଗଠନର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ମହାନଦୀ ଜଳ ବିବାଦର ସମାଧାନ ଲାଗି ଡକାଯାଇଥିବା ସର୍ବଦଳୀୟ ବୈଠକ । ଯେଉଁଥିରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଯୋଗ ଦେଇଥିଲେ । ଏହାସହ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।